ETV Bharat / state

ବର୍ଷା-ଅନୁଭବ ବିବାଦ, ପରସ୍ପର ପ୍ରତି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ - ବର୍ଷା ଅନୁଭବଙ୍କ ପାରିବାରିକ ମାମଲା

ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବରୁ ଯଦିଓ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମାତ୍ର ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ପ୍ରତି ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ । ଅଧିକ ପଢନ୍ତୁ

ବର୍ଷା ଅନୁଭବଙ୍କ ପାରିବାରିକ ମାମଲା,
ବର୍ଷା ଅନୁଭବଙ୍କ ପାରିବାରିକ ମାମଲା,
author img

By

Published : Nov 5, 2022, 9:20 AM IST

କଟକ: ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବରୁ ଯଦିଓ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ପ୍ରତି ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ । ଏପରିକି ଉଭୟ ସୋସିଆଲ ମିଡିଆରେ ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ । ତେବେ ଆଜି ଏନେଇ ଜଷ୍ଟିସ କେଆର ମହାପାତ୍ରଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ଏନେଇ ପୂର୍ବ ରୁ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ନାମା ଜାରି କରିଥିଲେ ତାହା ବଳବତ୍ତର ରଖିବା ପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ଗତ ମେ ୨୭ ତାରିଖରେ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କୋର୍ଟ କହିଛନ୍ତି। ତେବେ ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ସୋସିଆଲ ମିଡିଆରେ ବର୍ଷାଙ୍କ ପ୍ରସଙ୍ଗରେ ଅନୁଭବ ମହାନ୍ତିଙ୍କ ଭିଡିଓ ଓ ବିଭିନ୍ନ ପୋଷ୍ଟ ବିବାଦକୁ ନେଇ ହାଇକୋର୍ଟରେ ବର୍ଷା ମାମଲା ଦାୟର କରିଥିଲେ । ଏହା ଦ୍ବାରା ତାଙ୍କ ମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା କୋର୍ଟଙ୍କୁ ପାର୍ଥନା କରିଥିଲେ। ଏହି ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ଗତ ମେ ୨୭ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.