ETV Bharat / state

ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା

author img

By

Published : Apr 29, 2023, 8:28 PM IST

ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଟଙ୍କା ଲୁଟିଥିବା ବାବାର ଖୋଲୁଛି ଗୁମର । ଆଜି ମଙ୍ଗଳାବାଗ ଥାନାର ଦ୍ବାରସ୍ଥ ହେଲେ ଆଉ ଜଣେ ମହିଳା । ଅଧିକ ପଢନ୍ତୁ

Etv Bharat
Etv Bharat
ଫିଟୁଛି ନକଲି ବାବା ଗୁମର

କଟକ: ଜିଲ୍ଲାରେ ଗୁଣିଗାରେଡି ଆଳରେ ଠକେଇ ଘଟଣାରେ ଧୀରେ ଧୀରେ ଖୋଲିବାରେ ଲାଗିଛି ନକଲି ତାନ୍ତ୍ରିକର ଗୁମର । ତାନ୍ତ୍ରିକ କୈଫିକ ଖାନ ନାଁରେ ଲମ୍ବିବାରେ ଲାଗିଛି ଅଭିଯୋଗର ତାଲିକା । ଖବର ଲେଖା ହେବା ପର୍ଯ୍ୟନ୍ତ ନକଲି ତାନ୍ତ୍ରିକ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ୩ଟି ଅଭିଯୋଗ ହୋଇଛି । ଭୂତପ୍ରେତ ଦୂର କରିବା ସହ ଚାକିରି କରାଇ ଦେବା ଆଳରେ ଠକେଇ କରିଥିବା ଅଭିଯୋଗ ହୋଇଛି । ତାନ୍ତ୍ରିକ କୈଫିକ ନାଁରେ ମଙ୍ଗଳାବାଗ ଥାନାର ଆଜି ଦ୍ବାରସ୍ଥ ହୋଇଛନ୍ତି ଆଉ ଜଣେ ମହିଳା । ଅଭିଯୁକ୍ତ କେତେ ଜଣଙ୍କଠୁ ଏପରି ଅର୍ଥ ଠକିଛି ସେ ନେଇ ତଦନ୍ତ ହେଉଛି ବୋଲି କହିଛନ୍ତି କଟକ ଡିସିପି ।

କୈଫିକ, ସମ୍ପୃକ୍ତ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନକଲି ତାନ୍ତ୍ରିକ ଜଣେ ମହିଳାଙ୍କର ଚାକିରି ହେଉନଥିବା ବେଳେ ପୂଜାପାଠ କରିଲେ ଚାକିର ନିଶ୍ଚୟ ହୋଇଯିବ କହିଥିଲେ। ମାତ୍ର ପରେ ଚାକିରି ନହେବାରୁ ବ୍ୟବସାୟ କରାଇଦେବାକୁ କହି ୧୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଆଜି ଥାନାରେ ଅଭିଯୋଗ ହୋଇଛି । ସେହିପରି କଟକରେ ଗୁଣିଗାରେଡି ଆଳରେ ଆଉ ଜଣେ ବ୍ୟକ୍ତିଙ୍କୁ ଠକେଇ କରିଛି ନକଲି ତାନ୍ତ୍ରିକ ଜଣକ । କହିବାକୁ ଗଲେ ସାମ୍ନାକୁ ଆସିଛି ତାନ୍ତ୍ରିକ କୈଫିକ ଖାନର ଆଉ ଏକ କାରନାମା ।

ଗତକାଲି ପରି ସମାନ ଢଙ୍ଗରେ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଠକି ନେଇଥିବା ଆଜି ଅଭିଯୋଗ ହୋଇଛି । ଘରୁ ଅତୃପ୍ତ ଆତ୍ମା କାଢ଼ିବା ପାଇଁ ଭଦ୍ରକର ଜଣେ ବ୍ୟକ୍ତିଙ୍କୁ ଠକେଇ କରିଥିଲା ନକଲି ତାନ୍ତ୍ରିକ । ଏନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଆଜି ମଙ୍ଗଳାବାଗ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ଡିସିପିଙ୍କ କହିବା ଅନୁଯାୟୀ ଏହାର ଚେର ଖୋଜୁଛି ପୋଲିସ। ବିଶେଷକରି କେତେ ଲୋକଙ୍କଠାରୁ ଏପରି ଲୁଟ କରିଛି ଅଭିଯୁକ୍ତ ଜଣକ। ସେନେଇ ତଦନ୍ତ କରାଯାଉଛି।

ଏହା ବି ପଢନ୍ତୁ- 'ଘରେ ଗୁପ୍ତଧନ ଅଛି ପୂଜା ପାଠ କଲେ ମିଳିବ', ଏପରି କହି ଠକି ନେଲେ 62 ଲକ୍ଷ

ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ସ୍ପଷ୍ଟ କରିଛନ୍ତି ଡିସିପି । ସେହିପରି ଯେଉଁ ଯେଉଁ ବ୍ୟକ୍ତି ଏହି ଲୁଟ ର ଶିକାର ହୋଇଛନ୍ତି, ସେମାନେ ମଙ୍ଗଳାବାଗ ଥାନାରେ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି । ଯାହାଦ୍ବାରା ତଦନ୍ତ ପ୍ରକ୍ରିୟାରେ ସହଯୋଗ ମିଳିପାରିବ। କାରଣ ରାଜ୍ୟର ବିଭିନ୍ନ ସ୍ଥାନକୁ ତାର ଚେର ଲମ୍ବିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ତେବେ ଅଭିଯୁକ୍ତ ଜଣକର ୧୧ଟି ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଏବଂ ତାର ଅର୍ଥନୈତିକ କାରବାରର ଯାଞ୍ଚ କରାଯିବ ବୋଲି ଡିସିପି କହିଛନ୍ତି ।

ପ୍ରଥମ ମାମଲାରେ ୬୨ ଲକ୍ଷ ଓ ଦ୍ଵିତୀୟ ମାମଲାରେ ୫ଲକ୍ଷ ଟଙ୍କା ଏବଂ ତୃତୀୟ ମାମଲାରେ ୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଙ୍ଗଳାବାଗ ଥାନାରେ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, କୈଫିକର ୧୧ଟି ବ୍ୟାଙ୍କ ଆକାଉଣ୍ଟ ଫିଜ କରିବା ପାଇଁ ପ୍ରକିୟା ଆରମ୍ଭ କରିଛି ପୋଲିସ । ସେୟାର ବଜାରରେ ଲାଗି ଥିବା କୈଫିକର ଅର୍ଥକୁ ଜବତ କରାଯିବ। ତେବେ ଠକେଇ ଅର୍ଜିତ ସମସ୍ତ ଟଙ୍କାକୁ ଜବତ କରାଯିବ ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.