କଟକ: ଆଶା, ଅଙ୍ଗନବାଡି, ପାଚିକା କର୍ମଚାରୀ ଭଳି ସ୍କିମ ଶ୍ରମିକମାନେ ସରକାରୀ ନିୟମ ଅନୁଯାୟୀ କାମ କରୁଥିଲେ ବି ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ । କିମ୍ବା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଇନାହିଁ । କୋରୋନା ମୁକାବିଲା ପାଇଁ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ବି ସେମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ଏ. ଆଇ.ୟୁ. ଟି.ୟୁ. ସି ସଙ୍ଗଠନ ।
ତେବେ ସ୍କିମ ଶ୍ରମିକଙ୍କୁ କୋରୋନା ସହାୟତା ୧୦ ହଜାର ଟଙ୍କା ପ୍ରଦାନ କରିବା, ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇବା , ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହ ସର୍ବନିମ୍ନ ମାସିକ ମଜୁରୀ ପ୍ରଦାନ କରିବାକୁ ଦାବି କରିଛି ସଙ୍ଗଠନ । ଏନେଇ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ତେବେ ଦାବି ପୂରଣ କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛି ସଙ୍ଘ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ