ETV Bharat / state

ଐଶ୍ବର୍ଯ୍ୟା ପରିଜା ମୃତ୍ୟୁ ଘଟଣା, ଭାବିସ୍ବାମୀ ଆଶୁତୋଷ ସାହୁ ଗିରଫ

author img

By

Published : May 24, 2023, 7:48 AM IST

Updated : May 24, 2023, 2:21 PM IST

ମୁଣ୍ଡଳୀ ବ୍ରିଜ ଉପରୁ ଡେଇଁ ସୁନ୍ଦରପଦା ଅଞ୍ଚଳର ଐଶ୍ବର୍ଯ୍ୟା ପରିଜା ଜୀବନ ହାରିବା ଘଟଣା । ଭାବିସ୍ବାମୀ ଆଶୁତୋଷ ସାହୁଙ୍କୁ ଗିରଫ କଲା ଆଠଗଡ ପୋଲିସ । ଅଧିକ ପଢନ୍ତୁ

ଐଶ୍ବର୍ଯ୍ୟା ପରିଜା ମୃତ୍ୟୁ ଘଟଣାରେ ଭାବିସ୍ବାମୀ ଆଶୁତୋଷ ସାହୁ ଗିରଫ

କଟକ: ମୁଣ୍ଡଳୀ ବ୍ରିଜ ଉପରୁ ଡେଇଁ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଐଶ୍ବର୍ଯ୍ୟା ପରିଜା ମୃତ୍ୟୁ ଘଟଣା । ଗିରଫ ହେଲେ ଐଶ୍ବର୍ଯ୍ୟାଙ୍କ ସହିତ ବିବାହ ସ୍ଥିର ହୋଇଥିବା ପଟିଆ ଅଞ୍ଚଳର ପୁରୁଷ ବନ୍ଧୁ ଆଶୁତୋଷ ସାହୁ । ଗତକାଲି(ମଙ୍ଗଳବାର) ଆଠଗଡ ପୋଲିସ ତାଙ୍କୁ ଗିରଫ କରିଛି । ଐଶ୍ବର୍ଯ୍ୟାଙ୍କ ମୃତ୍ୟୁ ପଛରେ ଆଶୁତୋଷଙ୍କ ହାତ ଥିବା ତାଙ୍କର ବାପା ଆଠଗଡ଼ ଥାନାରେ ଅଭିଯୋଗ କରିଥିଲେ । ତେବେ ଏନେଇ ଅଭିଯୁକ୍ତ ଆଶୁତୋଷ କିମ୍ବା ତାଙ୍କ ପରିବାର ଲୋକ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାନ୍ତି । କଣ ପାଇଁ ଜୀବନ ହାରିଲେ ଐଶ୍ବର୍ଯ୍ୟା, ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ କେବେ ଏହି ଘଟଣାର ପର୍ଦ୍ଦାଫାସ ହେବ ତାହାକୁ ହିଁ ଅପେକ୍ଷା ।

ଉଲ୍ଲେଖଯୋଗ୍ୟ, ଗତ ୨୦ ତାରିଖ ଦିନ ମୁଣ୍ଡଳୀ ମହାନଦୀ ବ୍ୟାରେଜ ଉପରୁ ଜଣେ ଯୁବତୀଙ୍କ ସ୍କୁଟି ଉଦ୍ଧାର ହୋଇଥିଲା । ଯୁବତୀ ଜଣକ ମହାନଦୀକୁ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାରଙ୍ଗ ଥାନାର ଗୋଡ଼ି ସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଫାଣ୍ଡି ପୋଲିସ୍ ପକ୍ଷରୁ ଆଠଗଡ଼ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ରବର୍ ବୋଟ ସାହାଯ୍ୟରେ ନିଖୋଜ ଯୁବତୀଙ୍କୁ ଖୋଜାଖୋଜି କରିଥିଲେ । ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ଘର ସୁନ୍ଦରପଦା ଅଞ୍ଚଳର ହୋଇଥିବା ବେଳେ ସେ ଏକ ଘରୋଇ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଥିଲା ।

ଯୁବତୀ ଜଣକ କାହିଁକି ଏଠାକୁ ଆସିଥିଲେ, ଯଦି ଆସିଥିଲେ ତେବେ କିଏ ସାଙ୍ଗରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନଥିଲା । ସେହିଭଳି ଯୁବତୀ ଜଣକ ନଦୀକୁ ଡେଇଁଛନ୍ତି କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଥିଲା । ପୋଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଥିବା ବେଳେ ଗତ ସୋମବାର ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ଏକ ମୃତଦେହ ଭାସୁଥିବାର ଦେଖାଯାଇଥିଲା । ଦୁଇ ଦିନ ତଳେ ବ୍ରିଜ ଉପରେ ସ୍କୁଟି ରଖି ସୁନ୍ଦରପଦା ଅଞ୍ଚଳର ଐଶ୍ବର୍ଯ୍ୟା ପରିଜା ନିଖୋଜ ଥିବାରୁ ମୃତଦେହ ତାଙ୍କର ବୋଲି ସନ୍ଦେହ କରାଯାଇଥିଲା । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଗତକାଲି ମୃତ ଯୁବତୀଙ୍କ ଭାବିସ୍ବାମୀ ଆଶୁତୋଷକୁ ଗିରଫ କରିଛି ପୋଲିସ । ଏନେଇ ଆହୁରି ତଦନ୍ତ ବାକି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, କଟକ

Last Updated : May 24, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.