ETV Bharat / state

Mahanga Double Murder: ଫସିଯିବେ କି ବିଧାୟକ ପ୍ରତାପ ଜେନା ? ଜାଣନ୍ତୁ କଣ ରହିଛି ଆଇନଗତ ଦିଗ

author img

By ETV Bharat Odisha Team

Published : Nov 1, 2023, 7:16 PM IST

ପ୍ରତାପଙ୍କୁ ଘାରିଛି କି କୋର୍ଟ ଭୟ ? ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଉପୁଜିପାରେ କି ସମସ୍ୟା ? ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପ୍ରତାପ । ଆସନ୍ତୁ ଜାଣିବା କ'ଣ କହୁଛନ୍ତି ହାଇକୋର୍ଟ ଆଇନଜୀବୀ । ଅଧିକ ପଢନ୍ତୁ

ମାହାଙ୍ଗା ଡବଲ ମର୍ଡର: ଫସିଯିବେ କି ବିଧାୟକ ପ୍ରତାପ ଜେନା ?

କଟକ: ମହଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଉପୁଜିପାରେ କି ସମସ୍ୟା ? ବିଶେଷ କରି ଗତକାଲି(ମଙ୍ଗଳବାର) ସାଲେପୁର କୋର୍ଟରେ ସିଆରପିସିର ଧାରା ୨୦୫ରେ ପିଟିସନ ଦାଖଲ କରିବା ଏବଂ ହାଇକୋର୍ଟର ଦ୍ଵାରସ୍ଥ ହେବା ଘଟଣାକୁ ନେଇ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତାପଙ୍କୁ ଘାରିଛି କି କୋର୍ଟ ଭୟ ? ମାହାଙ୍ଗା ଡବଲ ମର୍ଡର ଘଟଣାରେ ଫସି ଯିବେ କି ପ୍ରତାପ ? ତେବେ କ'ଣ ରହିଛି ଆଇନଗତ ଦିଗ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର ।

ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସିରେ କୋର୍ଟରେ ଏହି ମାମଲା ବିଚାରଧିନ ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଲେନି ପ୍ରତାପ । ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟରେ ହାଜର ହେଲେ ନାହିଁ ବିଧାୟକ ପ୍ରତାପ ଜେନା । ସ୍ୱାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଛନ୍ତି ପ୍ରତାପ ।

ଅଧିକ ପଢନ୍ତୁ...ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

ସେହିପରି ସିଆରପିସିର ଧାରା ୨୦୫ରେ ଏକ ପିଟିସନ ବି ଦାଖଲ କରିଛନ୍ତି ପ୍ରତାପ । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହାଜେରାରୁ ବିରତ ଦେବାକୁ ସେ କୋର୍ଟରେ ପାର୍ଥନା କରିଛନ୍ତି । ତେବେ ପ୍ରତିପକ୍ଷ ଏହାକୁ ଅବଜେକ୍ସନ ମଧ୍ୟ କରିଛନ୍ତି ।ଏହି ମାମଲାର ରାୟ ସଂରକ୍ଷଣ ରହିଛି । ସେହିପରି ସିଆରପିସିର ଧାରା ୨୧୦ରେ ପ୍ରତିପକ୍ଷ ଆଉ ଗୋଟିଏ ପିଟିସନ ଦାୟର କରିଛନ୍ତି । ମୂଳ ମାମଲାରେ ପ୍ରତାପଙ୍କୁ ସାମିଲ କରିବାକୁ କୋର୍ଟରେ ଆବେଦନ କରାଯାଇଛି । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ । ଏକ ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ କୋର୍ଟ ସମନ ଜାରି କରିଥିଲେ । ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ ସମନ କରିବାକୁ ବିଧାୟକ କୋର୍ଟରେ ଆବେଦନ କରିଥିଲେ ।ତେବେ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.