ETV Bharat / state

ରତ୍ନଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ନାଁ ଅସୁରକ୍ଷିତ, ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ

author img

By

Published : Aug 1, 2023, 2:14 PM IST

ରତ୍ନଭଣ୍ଡାର ଅଳଙ୍କାର ପ୍ରସଙ୍ଗରେ ଶୁଣନ୍ତୁ କଣ କହୁଛନ୍ତି ଆବେଦନକାରୀଙ୍କ ଆଇନଜୀବୀ ଆଲୋକ କୁମାର ମହାପାତ୍ର। ଅଧିକ ପଢନ୍ତୁ

ratna bhandar issue
ratna bhandar issue
ratna bhandar issue

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ରତ୍ନଭଣ୍ଡାରରେ 149 କେଜି 460 ଗ୍ରାମର ସୁନା ଅଳଙ୍କାର ଓ 183 କେଜିର ରୂପା ଅଳଙ୍କାର ରହିଛି । ଏବେ ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ତେବେ ଆସନ୍ତା ଅଗଷ୍ଟ 14 ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିପ୍ରଶାସକ ସତ୍ୟପାଠ ଦାଖଲ କରିଛନ୍ତି ।

କେଉଁଠି କେତେ ପରିମାଣର ଅଳଙ୍କାର ରହିଛି...

ସବୁଠାରୁ ବଡ଼ କଥା ହେଉଛି 3ଟି କକ୍ଷରେ ସମସ୍ତ ଅଳଙ୍କାର ରହିଥିବା ନେଇ ସତ୍ୟପାଠରେ ଦର୍ଶାଯାଇଛି । ରତ୍ନଭଣ୍ଡାର, ବାହର ରତ୍ନଭଣ୍ଡାର ଓ ଚଳନ୍ତି ରତ୍ନଭଣ୍ଡାରରେ ଅଳଙ୍କାର ରହିଛି । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୃଙ୍କ କୌଣସି କାର୍ଯ୍ୟରେ ଲାଗେ ନାହିଁ । ଭିତର ରତ୍ନଭଣ୍ଡାରରେ 50 କେଜି 600 ଗ୍ରାମର ସୁନା ଓ 134 କେଜି 50 ଗ୍ରାମର ରୂପା ଅଳଙ୍କାର ରହିଛି । ସେହିପରି ବାହାର ରତ୍ନଭଣ୍ଡାରରେ 95 କେଜି 320 ଗ୍ରାମର ସୁନା ଓ 19 କେଜି 480 ଗ୍ରାମର ରୂପା ଅଳଙ୍କାର ରହିଛି । ତେବେ ଚଳନ୍ତି ରତ୍ନଭଣ୍ଡାରରେ 3 କେଜି 480 ଗ୍ରାମର ସୁନା ଓ 30 କେଜି 350 ଗ୍ରାମର ରୂପା ଅଳଙ୍କାର ରହିଛି । ଶେଷ ଥର ପାଇଁ 1978 ମସିହାରେରେ ଏହାର ପରିମାଣ ଜାଣିବା ପାଇଁ ଗଣତି ହୋଇଥିଲା । ସେତେବେଳେ 4364 ଭରିର 367 ପ୍ରକାର ସୁନା ଅଳଙ୍କାର ରହିଥିଲା । 14,878 ଭରି 6 ଅଣାର 231 ପ୍ରକାରର ରୂପା ଅଳଙ୍କାର ରହିଥିଲା ।

ଗତ ଶୁଣାଣୀ ସମୟରେ ରତ୍ନଭଣ୍ଡାର କେବେ ଠାରୁ ବନ୍ଦ ରହିଛି, କେତେ ସମ୍ପତ୍ତି ଅଛି, ତାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ କୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା । ପୁରୀରେ ଏଏସଆଇର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଡେପୁଟି ସଲିସିଟର ଜେନେରାଲ । ତେବେ ଗତ ଶୁଣାଣୀ ସମୟରେ ମାର୍ଚ୍ଚ ୩୧ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହେବ ବୋଲି ଏଏସଆଇ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ସହ କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଜାରି ରହିଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଏଏସଆଇ ।

ଏହା ମଧ୍ୟ ପଢନ୍ତୁ-ଜଗମୋହନ ମରାମତି କାମ ସରିଛି, ହାଇକୋର୍ଟଙ୍କୁ ଅବଗତ କଲା ASI

ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ, ଖୋଲା ନଯିବାର କାରଣ କଣ ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ପୂର୍ବରୁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଆମିକସକ୍ୟୁରି ବା କୋର୍ଟ ମିତ୍ର ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ଜଗମୋହନ ମରାମତି କାମ ଚାଲିଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏଏସଆଇ ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଥିଲେ । ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ା ଯିବା କାମ ଆରମ୍ଭ ହୋଇଛି । ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇହେବ ବୋଲି ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ।

ସେହିପରି ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ପ୍ରସଙ୍ଗରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବା ନେଇ ଆମିକ୍ୟୁସକ୍ୟୁରୀ ତାଙ୍କ ରିପୋର୍ଟରେ କୋର୍ଟଙ୍କୁ ଜଣାଇଥିଲେ । ରତ୍ନ ଭଣ୍ଡାର ଖୋଲିବା ମାମଲାରେ କୋର୍ଟ ଜବାବ ଦାଖଲ କରିଥିଲେ । କେବେଠାରୁ ଏବଂ କାହିଁକି ଖୋଲା ଯାଇ ନାହିଁ ରତ୍ନଭଣ୍ଡାର ସେନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୪ ସପ୍ତାହ ମଧ୍ୟରେ ମନ୍ଦିର ପ୍ରଶାସନକୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.