ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ

author img

By

Published : Nov 4, 2020, 5:42 PM IST

Updated : Nov 4, 2020, 6:57 PM IST

ଦିନକୁ ଦିନ ଜଟିଳ ହେଉଛି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା । ଏପଟେ ନିର୍ଦ୍ଧାରିତ ସମୟରେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିପାରିନି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ..

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ HC ଅସନ୍ତୋଷ

କଟକ: ବହୁଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ବିଚାର ବିଭାଗୀୟ ତଦନ୍ତ ଏକ ସ୍ବାଧୀନ ସଂସ୍ଥା ଦ୍ବାରା କରିବାକୁ ଆବେଦନ ନେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପା ମା’ଙ୍କ ପକ୍ଷରୁ ରୁଜୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ଲୋଡିଲା କ୍ରାଇମବ୍ରାଞ୍ଚ ।

ପ୍ରଥମେ ରେଳବାଇ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିଲେ । ଏଣୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏହି ମାମଲାର ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ପୂର୍ବ ଶୁଣାଣି କରିଥିବାବେଳେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଷ୍ଟାଟସ ରିପୋର୍ଟ କ୍ରାଇମବ୍ରାଞ୍ଚ ଓକିଲଙ୍କ ନିକଟରେ ପହଞ୍ଚି ସାରିଥିବାବେଳେ, ସମୟ ଅଭାବରୁ ଏହା ଅଦାଲତରେ ଦାଖଲ ହୋଇପାରି ନଥିବା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଓକିଲ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ

କୋର୍ଟ ଏ ନେଇ ବିରକ୍ତି ପ୍ରକାଶ କରିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ ହାଇକୋର୍ଟ ଧାର୍ଯ୍ୟ କରିଥିବାବେଳେ ୧୧ ତାରିଖ ସୁଦ୍ଧା କ୍ରାଇମବ୍ରାଞ୍ଚ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଦିନକୁ ଦିନ ରହସ୍ୟମୟ ହେଉଛି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା । ତଦନ୍ତର ଶିଥିଳତାକୁ ନେଇ ଉଠିଛି ପ୍ରଶ୍ନ । ଏ ନେଇ ଆଦିତ୍ୟ ଦାସଙ୍କ ଆତ୍ମୀୟ ଓ ପ୍ରଶଂସକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ତଦନ୍ତରେ ବିଳମ୍ବ ହୋଇଥିବାରୁ ସିବିଆଇକୁ ତଦନ୍ତ ଭାର ଦେଇ ନିରପେକ୍ଷ ଭାବେ ତଦନ୍ତ କରିବାକୁ ତାଙ୍କ ବାପା ମା’ ଦାବି କରିଛନ୍ତି । ଏପରିକି ଯଦି ନ୍ୟାୟ ନ ମିଳେ ତେବେ ବାପା ମା ଦୁହେଁ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଥିଲେ ।

ସୂଚନା ଥାଉକି ଗତ ଜୁଲାଇ ମାସ ୭ ତାରିଖରେ ମାନବପ୍ରେମୀ ଆଦିତ୍ୟଙ୍କ ମୃତଦେହ ରାଜଧାନୀର ଭୁବନେଶ୍ବରର ଲିଙ୍ଗରାଜ ଷ୍ଟେସନ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା । ଆଦିତ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରି ଜିଆର୍‌ପି ପୋଲିସ ତଦନ୍ତ କରିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଦୋଷୀଙ୍କୁ ଖୋଜିପାରିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 4, 2020, 6:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.