ETV Bharat / state

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦବୀ ମାମଲା, ନିଃସର୍ତ୍ତ କ୍ଷମା ମାଗିଲେ ସ୍ବତନ୍ତ୍ର ସଚିବ - ଓଡିଶା ହାଇକୋର୍ଟ

ହାଇକୋର୍ଟରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ମାମଲା । ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦବୀ ମାମଲା, ନିଃସର୍ତ୍ତ କ୍ଷମା ମାଗିଲେ ସ୍ବତନ୍ତ୍ର ସଚିବ
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦବୀ ମାମଲା, ନିଃସର୍ତ୍ତ କ୍ଷମା ମାଗିଲେ ସ୍ବତନ୍ତ୍ର ସଚିବଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦ୍ଦେଶକ ପଦବୀ ମାମଲା, ନିଃସର୍ତ୍ତ କ୍ଷମା ମାଗିଲେ ସ୍ବତନ୍ତ୍ର ସଚିବ
author img

By ETV Bharat Odisha Team

Published : Nov 16, 2023, 10:34 PM IST

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିର୍ଦେଶକ ପଦବୀ ପୂରଣ ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ । ଅଦାଲତ ଅବମାନନା ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ସଚିବ । ନିର୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଖୁବ ଶୀଘ୍ର ନିର୍ଦେଶ କାର୍ଯ୍ୟକାରୀ କରିବାର ପ୍ରତିଶୃତି ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି ସଚିବ । ସେହିପରି ଅଦାଲତ ଅବମାନନା ମାମଲା ମଧ୍ୟ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି ।

ହାଇକୋର୍ଟରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ମାମଲା । ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳ ସାଢେ ୧୦ଟାରେ ହାଜର ହେବା ପାଇଁ ସ୍ବତନ୍ତ୍ର ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଥିବା ଦର୍ଶାଇ ୨୦୨୩, ସେପ୍ଟେମ୍ବର ୨୦‌ରେ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଏପରି ପଦକ୍ଷେପ ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିବା ସହିତ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ- କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

କଣ ଥିଲା ପୁରା ମାମଲା: ଗତ ଅଗଷ୍ଟ ୩୧ରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିୟମିତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ଲାଗି ସରକାର ଓ କର୍କଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ବାଇ-ଲ'ରେ ସଂଶୋଧନ ଆବଶ୍ୟକ ହୁଏ ତେବେ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏହା ସଂପନ୍ନ କରାଯିବ ବୋଲି କୋର୍ଟ କହିଥିଲେ। ଏ ସମସ୍ତ ପ୍ରକ୍ରିୟା ଦୁଇ ମାସ ଭିତ‌େର ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ଅଗଷ୍ଟ ୩୧ର ରାୟ ବିରୋଧରେ କର୍କଟ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାୟର କରାଯାଇଥିଲା । ଅକ୍ଟୋବର ୬ରେ ସୁପ୍ରିମକୋର୍ଟ ଏସଏଲପି ଖାରଜ କରିଥିଲେ । ହାଇକୋର୍ଟଙ୍କ ରାୟ କାଏମ ରହିଥିଲା । ଅନ୍ୟପକ୍ଷରେ ନିୟମିତ ନିର୍ଦ୍ଦେଶକ ପଦ ପୂରଣ ନ କରି ସେପ୍ଟେମ୍ବର ୨୦ରେ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ହାଇକୋର୍ଟ ଦୁଇ ମାସ ଭିତରେ ନିୟମିତ ନିର୍ଦ୍ଦେଶକ ପଦରେ ନୁଯୁକ୍ତି ଦେବାକୁ କହିଥିବା ବେଳେ, ଏହାର ସମୟ ମଧ୍ୟ ଅତିକ୍ରାନ୍ତ ହୋଇ ସାରିଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଘଂନ ହୋଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.