ETV Bharat / state

ସୌମ୍ୟଙ୍କୁ ମିଳୁନି ନ୍ୟାୟ, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ବାପା - କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ବାପା

ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା। କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟି ଆପତ୍ତି ଜଣାଇଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଅଧିକ ପଢନ୍ତୁ...

ସୌମ୍ୟଙ୍କୁ ମିଳୁନି ନ୍ୟାୟ, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ବାପା

author img

By

Published : Sep 28, 2021, 4:07 PM IST

କଟକ: ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟି ଆପତ୍ତି ଜଣାଇଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଗିରଫ କରିବା ସହ ସଠିକ ତଦନ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ କଲେ ସୌମ୍ୟଙ୍କ ବାପା ।

ସୌମ୍ୟଙ୍କୁ ମିଳୁନି ନ୍ୟାୟ, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ବାପା

ସୂଚନାଥାଉକି, ଗତ ଜୁଲାଇ ୧୨ ତାରିଖ ରାତିରେ ନିଆଁରେ ପୋଡି ହୋଇଥିଲେ ଏସିଏଫ ସୌମ୍ୟରଞ୍ଜନ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶେଷରେ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ୧୩ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ ।

ତେବେ ସୌମ୍ୟଙ୍କ ସହ ଅଘଟଣ ଘଟିବା ରାତିରେ ତାଙ୍କ କ୍ବାର୍ଟରରେ କେବଳ ସେ ଏବଂ ତାଙ୍କ ପତ୍ନୀ ରହିଥିଲେ । ତେଣୁ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀଙ୍କୁ ଦାୟୀ କରାଯାଇଥିଲା । ଏପରିକି ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ଖବର ପ୍ରକାଶିତ ହୋଇଥିଲା । ଯେଉଁ କାରଣରୁ ସେମାନେ ହିଁ ସୌମ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.