ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ପୀଡିତାଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ - ପୀଡିତାଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ

୨୦୧୬ ଅଗଷ୍ଟ ୨୮ରେ କଟକ ସଦର ଅଞ୍ଚଳରେ ଜଣେ ସାଢ଼େ ୪ ବର୍ଷ ନାବାଳିକା, ନିକଟସ୍ଥ ମନ୍ଦିରକୁ ସନ୍ଧ୍ୟା ଧୂପ ଦେବାକୁ ଯାଇଥିବା ସମୟରେ ଅଭିଯୁକ୍ତ ଜଣକ ତାକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଏହି ମାମଲାରେ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ,ପୀଡିତାଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ

author img

By

Published : Mar 24, 2023, 7:22 AM IST

କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ କୋର୍ଟ । ୨୦୧୬ ମସିହା ଅଗଷ୍ଟ ୨୮ ତାରିଖରେ କଟକ ସଦର ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଉକ୍ତ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ କଟକ ସ୍ୱତନ୍ତ୍ର ପକ୍‌ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଏହି ଦୁଷ୍କର୍ମ ଘଟଣାରେ ୨୦ ଜଣ ସାକ୍ଷୀ ଓ ୨୬ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଏହା ସହିତ କ୍ଷତିପୂରଣ ଆଇନ ଅନୁଯାୟୀ, ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥିରୁ ୪ ଲକ୍ଷ ଟଙ୍କା ୬ ବର୍ଷ ପାଇଁ ଫିକ୍ସ ଡିପୋଜିଟ୍‌ କରାଯିବ । ଅନ୍ୟ ୩ ଲକ୍ଷ ଟଙ୍କା ନଗଦ ଆକାରରେ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬ ଅଗଷ୍ଟ ୨୮ରେ କଟକ ସଦର ଅଞ୍ଚଳରେ ଏକ ଗ୍ରାମର ଜନୈକା ସାଢ଼େ ୪ ବର୍ଷ ନାବାଳିକା, ନିକଟସ୍ଥ ମନ୍ଦିରକୁ ସନ୍ଧ୍ୟା ଧୂପ ଦେବାକୁ ଯାଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସେ ଉକ୍ତ ମନ୍ଦିର ଯାଇ ସନ୍ଧ୍ୟା ଧୂପ ଦେଇଥାଏ । ମାତ୍ର ସେହି ମନ୍ଦିରର ପୂଜକ ରତିକାନ୍ତ ଦାଶ ନାବାଳିକାକୁ ଚକଲେଟ ଦେବାକୁ କହି ମନ୍ଦିର ପଛ ପଟେ ଥିବା ଘରକୁ ନେଇ ପାଶବିକ ଅତ୍ୟାଚାର କରିଥିଲା । ଘଟଣା ସମ୍ପର୍କରେ ନାବାଳିକା ଜଣକ ପରଦିନ ତା ପରିବାର ଲୋକଙ୍କୁ ଜଣାଇଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକ ଘଟଣାର ପରଦିନ ସଦର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ହେବା ପରେ ମାମଲା ରୁଜ୍ଜୁ କରିଥିଲା ପୋଲିସ । ସଦର ଥାନାର ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ରତିକାନ୍ତ ଦାଶ ନାମରେ ଆଇପିସିର ଦଫା ୩୭୬ ଓ ପକସୋ ଆକ୍ଟ ଧାରା ୬ ଅନୁସାରେ ଚାର୍ଜସିଟ ଦାଖଲ କରିଥିଲେ । ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ଦୋଷୀ ବିରୁଦ୍ଧରେ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ପକ୍‌ସୋ କୋର୍ଟ । ସରକାରଙ୍କ ପକ୍ଷରୁ ପ୍ରତାପ କୁମାର ନାୟକ ଏହି ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.