ETV Bharat / state

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କଂଗ୍ରେସର ପ୍ରତିବାଦ ସଭା

ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଓ ଅରୁଣ ସାହୁ ଏବଂ ଅନ୍ୟମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

author img

By

Published : Dec 21, 2020, 10:31 PM IST

A protest rally was held by cuttack Congress demanding the resignation of Minister Arun Sahu
ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କଂଗ୍ରେସର ପ୍ରତିବାଦ ସଭା

କଟକ: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଓ ଅରୁଣ ସାହୁ ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହାର ପ୍ରତିବାଦ କରି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ କଟକରେ ଏକ ପ୍ରତିବାଦ ସଭାର ଅନୁଷ୍ଠିତ ହୋଇଛି । ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁ୍କ୍ତଙ୍କ ବିରୋଧରେ କାହିଁକି ତଦନ୍ତ ପରିସରକୁ ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ରାଜ୍ୟରେ ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଘଟଣା ଘଟି ଚାଲିଛି । ଏଭଳି ଘଟଣାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ। ଏଭଳି ଘଟଣାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଏହାକୁ ନେଇ କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହାକୁ ନେଇ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଆଜି(ସୋମବାର) ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଅଭିଯୁକ୍ତକୁ 3 ଦିନ ରିମାଣ୍ଡରେ ନେବ ଏସଆଇଟି।

କଟକରୁ ନାରାୟଣ ସାହୁ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.