କଟକ: ଫୁଟବଲ ଖେଳର ବିକାଶ ପାଇଁ ଜିଲ୍ଲା କ୍ରୀଡା ସଂସଦର ଫୁଟବଲ ଟାଲେଣ୍ଟ ହଣ୍ଟ ପାଇଲଟ ପ୍ରୋଜେକ୍ଟ-2021ର ଆୟୋଜନ ହୋଇଛି । କଟକରେ ଦିନେ ଫୁଟବଲ ପ୍ରସିଦ୍ଧି ଲାଭ କରିଥିଲା । ବିଶେଷ କରି ସ୍କୁଲ ସ୍ତରର ପିଲାମାନଙ୍କୁ ନେଇ ଫୁଟବଳ ଖେଳର କିପରି ବକାଶ ହୋଇପାରିବ ସେ ନେଇ ଜିଲ୍ଲା ଆସୋସିଏସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଖେଳ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ କାରୁଆ ସହିତ କଟକ ଜିଲ୍ଲା କ୍ରୀଡା ସଂସଦ ଏମଓୟୁ ସ୍ବାକ୍ଷର କରିଛି ।
ଏହି ସ୍ବାକ୍ଷର ଆସନ୍ତା 5ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି । ରାୟପୁର ଜିଲ୍ଲା ଫୁଟବଲ ଆସୋସିଏସନ ସହିତ ମଧ୍ୟ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ସହିତ କୋଲକାତା ତ୍ରିଜିତ ଦାସ ଫୁଟବଲ ଏକାଡେମୀ ସହିତ ଏମଏୟୁ ସ୍ବାକ୍ଷରିତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଆର୍ଶୀବାଦ ବେହେରା ।
କଟକ ଜିଲ୍ଲାରେ ଗତ 2020 ନଭେମ୍ବର ମାସରୁ ଫୁଟବଲ ଟାଲେଣ୍ଟ ହଣ୍ଟ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏଥିରେ 15ଟି କ୍ଲବ ସାମିଲ ହୋଇଛନ୍ତି । ତୃଣମୂଳ ସ୍ତରରେ ଫୁଟବଲର ବିକାଶ ଓ ପ୍ରସାର ଦିଗରେ ଏହି ଯୋଜନା ଆରମ୍ଭ ହୋଇଛି । ଏହା ସହିତ ଆଗାମି 3 ବର୍ଷ ଭିତରେ କଟକ ଜିଲ୍ଲାରେ ଆବଶ୍ୟକ ସ୍ଥାନ ଦେଖି ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ଜିଲ୍ଲା କ୍ରୀଡା ସାଧାରଣ ସମ୍ପାଦକ ଆର୍ଶୀବାଦ ବେହେରା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିଭି ଭାରତ