ETV Bharat / state

କଟକରେ ଆଜି ୭୪ କୋରୋନା ପଜେଟିଭ ଚିହ୍ନଟ, ୩ ମୃତ - କଟକରେ କୋରୋନା ଅପଡେଟ

କଟକ ମହାନଗର ନିଗମରୁ ଆଜି ୭୪ କୋରୋନା ପଜେଟିଭ ଚିହ୍ନଟ। ସେଥିରୁ ୧୯ ଜଣ ହୋମକ୍ବାରଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

Cuttack
କଟକରେ ଆଜି ୭୪ କୋରୋନା ପଜେଟିଭ ଚିହ୍ନଟ,
author img

By

Published : Oct 12, 2020, 7:42 PM IST

କଟକ: ଆଜି(ସୋମବାର) କଟକ ମହାନଗର ନିଗମରୁ ୭୪ କୋରୋନା ପଜେଟିଭ ଚିହ୍ନଟ। ସେଥିରୁ ୧୯ ଜଣ ହୋମକ୍ବାରଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାସହ ୩୯ ଜଣ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୩ ହଜାର ୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ ହଜାର ୫୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୮୯୧ ଜଣ ସକ୍ରିୟ କେସ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କଟକ ମହାନଗର ନିଗମରେ ଆଜି ୩ ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମସ୍ତ ପୁରୁଷ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଭାଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.