ETV Bharat / state

STATE CORONA DEATH: ଆଉ ୬୮ ଜଣଙ୍କ ଗଲା ଜୀବନ

author img

By

Published : Aug 28, 2021, 10:53 AM IST

ରାଜ୍ୟରେ କମୁଛି ସଂକ୍ରମଣ, ହେଲେ କମିବାର ନାଁ ଧରୁନି କୋରୋନାଜନିତ ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

STATE CORONA DEATH: ଆଉ ୬୮ ଜଣଙ୍କ ଗଲା ମୁଣ୍ଡ

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ, ହେଲେ କମିବାର ନାଁ ଧରୁନି କୋରୋନାଜନିତ ମୃତ୍ୟୁ । ଦିନକୁ ଦିନ ରାଜ୍ୟରେ ଗଡି ଚାଲିଛି ମୁଣ୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୬୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜିର ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ 25 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ଲେଖାଏଁ , ଜଗତସିଂହପୁର ଜିଲ୍ଲାରୁ ୬ ଏବଂ ଅନୁଗୁଳ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼ରୁ ୨ଜଣ ରହିଛନ୍ତି । ଏପଟେ ବୌଦ୍ଧ, ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଲକ୍ଷ ୦୫ ହଜାର ୬୫୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୯୯୬ ଟି ସକ୍ରିୟ ମାମଲା ରହିଥିବା ବେଳେ ୯ ଲକ୍ଷ ୮୯ ହଜାର ୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.