ETV Bharat / state

ତାଲାବନ୍ଦ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୪୦ ମାମଲା ରୁଜୁ

ରବିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୪୦ ଟି ଲକଡାଉନ ନିୟମ ଉଲଙ୍ଘନ  ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ..

ତାଲାବନ୍ଦ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ରାଜ୍ୟର ୪୦ ମାମଲା ରୁଜୁ

author img

By

Published : Jul 13, 2020, 8:46 PM IST

କଟକ: ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୮୯୮ ଟି ମାମଲା ରୁଜୁ କରାଯାଇଛି। ମାର୍ଚ୍ଚ ୨୪ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୪୦ ଟି ଲକଡାଉନ ନିୟମ ଉଲଙ୍ଘନ ମାମଲା ରୁଜୁ କରାଯାଇଛି। ଏହି ୪୦ ଟି ମାମଲା ମଧ୍ୟରୁ ୩୯ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗ ରେ ରୁଜୁ କରାଯାଇଥିବା ବେଳେ ୧ ଟି ମାମଲା ଗୁଜବ ସୃଷ୍ଟି କରିଥିବା ଅଭିଯୋଗରେ ରୁଜୁ କରାଯାଇଛି । ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.