କଟକ: ଚୌଦ୍ବାର ଥାନା ଅଞ୍ଚଳରେ ଡକାୟତି ଘଟଣା । ଘଟଣାରେ 4 ଡକାୟତଙ୍କୁ ଗିରଫ କରିଛି ଚୌଦ୍ବାର ପୋଲିସ । ଗିରଫ 4 ଅଭିଯୁକ୍ତ ହେଲେ ରମେଶ ମହାନ୍ତି, ରମାକାନ୍ତ ମଲ୍ଲିକ, ରାମନିରମନ ଦାସ ଓ ସନ୍ତୋଷ ସାହୁ । ଏଥିସହ ସେମାନଙ୍କ ନିକଟରୁ 2 ଲକ୍ଷ 15 ହଜାର ଟଙ୍କା, 2 ଟି ବାଇକ ଓ 4 ଟି ମୋବାଇଲ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ, ଗତ 4 ତାରିଖରେ ମାନସ ଦାସ ନାମକ ଜଣେ ବ୍ୟବସାୟୀ ଯାଜପୁରରୁ କଟକ ଚୌଦ୍ବାର ଅଞ୍ଚଳକୁ କପଡା କିଣିବା ପାଇଁ ଆସୁଥିଲେ । ନିଜ ସହ ମାନସ 10 ଲକ୍ଷ 45 ହଜାର ଟଙ୍କା କ୍ୟାସ ଆଣିଥିଲେ । ଏହି ସମୟରେ 8ରୁ 10ଜଣ ଡକାୟତ ତାଙ୍କୁ ଆକ୍ରମଣ କରି ସମସ୍ତ ଟଙ୍କା ଛଡାଇ ନେଇଯାଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରି ଗୁରୁବାର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ