ETV Bharat / state

ମାହାଙ୍ଗା ଡବଲ ମର୍ଡର ମାମଲା; 4 ଅଭିଯୁକ୍ତ ଗିରଫ - mahanga double murder case

ମାହାଙ୍ଗା ଡବଲ ମର୍ଡର ମାମଲା; 4 ଅଭିଯୁକ୍ତ ଗିରଫ

author img

By

Published : Jan 5, 2021, 3:19 PM IST

Updated : Jan 5, 2021, 5:37 PM IST

15:10 January 05

ମାହାଙ୍ଗା ଡବଲ ମର୍ଡର ମାମଲା; ମୁଖ୍ୟ ଅଭିଯୁକ୍ତ ସମେତ 4 ଗିରଫ

ମାହାଙ୍ଗା ଡବଲ ମର୍ଡର ମାମଲା; 4 ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ମିଷ୍ଟ୍ରିରେ ଧରାପଡିଲେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ 3 ସହଯୋଗୀ । ମଙ୍ଗଳବାର ଗ୍ରାମାଞ୍ଚଳ ଏସପିଙ୍କ ଦ୍ବାରା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି । ଗିରଫ ସମୟରେ ଅନେକ କିଛି ହତ୍ୟା ସହ ଜଡିତ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନର ଆହୁରି ଅଭିଯୁକ୍ତ ପୋଲିସ ହ୍ୟାଣ୍ଡକପରେ ରହିବା ନେଇ ସ୍ପଷ୍ଟ କରିଛନ୍ତି ଗ୍ରାମାଞ୍ଚଳ ଏସପି ।  

ତେବେ ଅନ୍ୟ ତିନି ଅଭିଯୁକ୍ତ ହେଲେ ଅରବିନ୍ଦ ଖଟୁଆ, କୀତିଶ ଆଚାର୍ଯ୍ୟ, ଲଳୀତ ମୋହନ ବରାଳ । ସୂଚନା ଥାଉକି ମାହାଙ୍ଗା ହତ୍ୟାକାଣ୍ଡର ତଦନ୍ତ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ 5ଟି ଟିମ ଗଠନ କରାଯାଇଛି। ଜଣେ ଡିଏସପି ଓ ଦୁଇ ଜଣ ଅତିରିକ୍ତ ଏସପି ଏହି ଟିମର ନେତୃତ୍ବ ନେଇଛନ୍ତି।  

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମୁତୟନ ହୋଇଥିଲା । ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ ପରେ ପୋଲିସ ଆକ୍ସନ ଆରମ୍ଭ କରିଦେଇଥିଲା । ହତ୍ୟାକାଣ୍ଡର 24 ଘଣ୍ଟା ଭିତରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଖୋଜିଥିଲା ପୋଲିସ । ଆଉ ଠୋସ ପ୍ରମାଣ ମିଳିବା ପରେ 4 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ପରେ ଘଟଣାସ୍ଥଳରୁ 2ଟି ଚପଲ, ଗୋଟିଏ ଚଷମା, ରକ୍ତ ଭିଜା ପୋଷାକ, ମାରଣାସ୍ତ୍ର, ଟର୍ଚ୍ଚ, ହତ୍ୟାରେ ବ୍ୟବହୃତ ହୋଇଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି ଧର୍ମଶାଳା ପୋଲିସ । 

ସୂଚନାଥାଉକି, 2 ତାରିଖ ରାତିରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 5, 2021, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.