ETV Bharat / state

ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାଶ, ୩ ଗିରଫ - ଏଟିଏମ ଲୁଟ୍‌ ଘଟଣାରେ ୩ ଗିରଫ

ଆଠଗଡ଼ ଅଞ୍ଚଳରେ ହୋଇଥିବା ଏଟିଏମ ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ମାମଲାରେ 3 ଜଣ ହାର୍ଡକୋର ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...

ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ, ଗିରଫ ହେଲେ 3 ଅଭିଯୁକ୍ତ

author img

By

Published : Oct 12, 2021, 8:59 PM IST

କଟକ: ଆଠଗଡ଼ ଅଞ୍ଚଳରେ ହୋଇଥିବା ଏଟିଏମ ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ମାମଲାରେ 3 ଜଣ ହାର୍ଡକୋର ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଦୁଇଟି ଜିଲ୍ଲା ପୋଲିସର ମିଳିତ ଉଦ୍ୟମ ଗିରଫ ହୋଇଛନ୍ତି ଏଟିଏମ୍‌ ଲୁଟେରା । ଗିରଫ ସମୟରେ 3 ଜଣଙ୍କ ଅଭିଯୁକ୍ତଙ୍କ ଠାରୁ 1 କୋଟି 5 ଲକ୍ଷ 63 ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ଏହାସହ ଗୋଟିଏ ଏଟିଏମ୍‌ ଗାଡ଼ି, ଏକ କାର୍‌, ମାରଣାସ୍ତ୍ର ଓ କିଛି ଦାମୀ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ ।

ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ, ଗିରଫ ହେଲେ 3 ଅଭିଯୁକ୍ତ

ଏହି ଅଭିଯୁକ୍ତଙ୍କ ନାମରେ ଟ୍ବିନ୍‌ସିଟିର ଅନେକ ଥାନାରେ ସଙ୍ଗୀନ ମାମଲା ରହିଛି । ଏହି ଗ୍ୟାଙ୍ଗ୍‌ର ଚେର କେତେ ଦୂର ଲମ୍ବିଛି, ତାହାର ତଦନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଗତକାଲି(ସୋମବାର) ଆଠଗଡ଼ ଷ୍ଟେଟ୍‌ ବ୍ୟାଙ୍କରୁ ସିଏମଏସ ଏଟିଏମ୍‌ ଟଙ୍କା ଭ୍ୟାନ ଲୋଡ ହୋଇ ତିଗିରିଆ ଅଭିମୁଖେ ଯାଉଥିଲା । ଏହି ସମୟରେ ଖୁଣ୍ଟକଟା ଆଙ୍କୁଲା ଛକ ନିକଟରେ ବନ୍ଧୁକ ଓ ଭୁଜାଲି ଦେଖାଇ ଏହି ଭ୍ୟାନ୍‌କୁ ଲୁଟ କରିଥିଲେ ଦୁର୍ବୃତ୍ତ । ଏହାପରେ ଢେଙ୍କାନାଳ ଶଙ୍କରପୁର ହରିଜନ ସାହି ନିକଟରେ ଏଟିଏମ୍‌ ଭ୍ୟାନ୍‌ ଛାଡ଼ି ଟଙ୍କା ନେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ଏହାପରେ କଟକ ଓ ଢେଙ୍କାନାଳର ସବୁ ଚେକ୍‌ ପୋଷ୍ଟରେ ନାକାବନ୍ଦି କରିଥିଲେ ଉଭୟ ପୋଲିସ । ଫଳରେ ଗିରଫ ହୋଇଥିଲେ ଏହି 3 ଏଟିଏମ ଲୁଟେରା । ଏମାନଙ୍କ ସହ ଆଉ କେହି ସାମିଲ ରହିଛନ୍ତି କି ନାହିଁ, ତାହାର ତଦନ୍ତ ଜାରି ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.