ETV Bharat / state

କଟକରୁ 21 କୋରୋନା ପଜିଟିଭ ଚିହ୍ନଟ, ମାହାଙ୍ଗାରେ ସର୍ବାଧିକ 15

ବୁଧବାର ବଡମ୍ବାରୁ ଓ ଡମପଡା ଅଞ୍ଚଳରୁ ଜଣେ ଲେଖାଏଁ କୋଭିଡ 19 ପଜିଟିଭ ବାହାରିଛନ୍ତି । ମାହାଙ୍ଗା ଅଞ୍ଚଳରୁ ସର୍ବାଧିକ ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକରୁ 21 କୋରୋନା ପଜିଟିଭ ଚିହ୍ନଟ, ମାହାଙ୍ଗାରେ ସର୍ବାଧିକ 15
କଟକରୁ 21 କୋରୋନା ପଜିଟିଭ ଚିହ୍ନଟ, ମାହାଙ୍ଗାରେ ସର୍ବାଧିକ 15
author img

By

Published : Jul 15, 2020, 10:46 PM IST

କଟକ: ଜିଲ୍ଲାରେ ବୁଧବାର 21 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କ ଭିତରେ ମାହାଙ୍ଗାରୁ ସର୍ବାଧିକ 15 ଜଣ ରହିଛନ୍ତି । ସେହିପରି କଟକ ମହାନଗର ନିଗମରେ ୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥିରୁ ୨ ଜଣ ସରକାରୀ କ୍ବାରେଣ୍ଟାଇନରୁ ସ୍ପଷ୍ଟ ହୋଇଛନ୍ତି । ଜଣେ ହୋମ କ୍ବାରେଣ୍ଟାଇନରୁ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସିଡିଏ ସେକ୍ଟର ୬ ଅଞ୍ଚଳର । ସେହିପରି ସ୍ଥାନୀୟ ଆକ୍ରାନ୍ତ ଜଣକ ଓଡିଆ ବଜାର ଅଞ୍ଚଳର ବୋଲି ଜଣାପଡିଛି ।

ଏହାସହ ବୁଧବାର ବଡମ୍ବାରୁ ଓ ଡମପଡା ଅଞ୍ଚଳରୁ ଜଣେ ଲେଖାଏଁ କୋଭିଡ 19 ପଜିଟିଭ ବାହାରିଛନ୍ତି । ମାହାଙ୍ଗା ଅଞ୍ଚଳରୁ ସର୍ବାଧିକ ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.