କଟକ: ପଙ୍କରେ ଫଶିଲେ ଦୁଇ ଦନ୍ତା ହାତୀ । ଗତକାଲି(ବୁଧବାର) ରାତିରୁ ଫଶି ରହିଥିଲେ ଏହି ଦୁଇ ଦନ୍ତା । ଜଙ୍ଗଲକୁ ଯାଉଥିବା ବେଳେ ହାତୀର ଗର୍ଜନ ଶୁଣି ଦେଖିଲେ ସ୍ଥାନୀୟ ଗାଁ ଲୋକେ । ଆଠଗଡ ରେଞ୍ଜ ତିଗିରିଆ ବନାଞ୍ଚଳ ଭେଜିଆ ଗାଁ ପାଖ ଏକ ପଥର ଖୋଲରେ ଫଶି ରହିଥିଲେ ଏହି ଦୁଇ ହାତୀ । ପଥର ଖୋଲରେ ପଙ୍କ ରହିଥିବାରୁ ବାହାରି ପାରୁନଥିଲେ ଏହି ହାତୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ