ETV Bharat / state

T Bridge Stampede: ସିଂହନାଥ ପୀଠରେ ୧୪୪ ଧାରା ଜାରି

author img

By

Published : Jan 15, 2023, 7:54 AM IST

Updated : Jan 15, 2023, 8:01 AM IST

କଟକ ବଡ଼ମ୍ବା ଟି ବ୍ରିଜ ଉପରେ ଦଳାଚକଟା । ସିଂହନାଥ ପୀଠରେ ୧୪୪ ଧାରା ଜାରି କରିଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

T Bridge Stampede
T Bridge Stampede

T Bridge Stampede

କଟକ: କଟକ ଜିଲ୍ଲା ବଡ଼ମ୍ବା ଟି-ସେତୁ ଉପରେ ଦଳାଚକଟା ଘଟଣା । ୨ଦିନ ଧରି ହେବାକୁ ଥିବା ମେଳାକୁ ବନ୍ଦ କରିବା ସହ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଲା ଜିଲ୍ଲା ପ୍ରଶାସନ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି,"ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାସହ ୫ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ମକର ମେଳା ବନ୍ଦ କରିବା ସହ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।"

ଶନିବାର ସିଂହନାଥ ପୀଠରେ ମକରମେଳା ଦେଖିବାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଯାଉଥିବା ବେଳେ ବଡ଼ମ୍ବା ଟି-ସେତୁ ଉପରେ ଅଘଟଣ ଘଟିଥିଲା । ପ୍ରବଳ ଭିଡ ହେତୁ ଦଳାଚକଟା ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲା । ମୃତକ ବାଙ୍କୀ ପଥୁରିପଡା ଅଞ୍ଚଳରବୋଲି ଜଣାପଡିଛି । ତେବେ ଗୁରୁତରମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦାୟ ୫ ଜଣଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ ୩ ଜଣ ଶିଶୁ ଅଛନ୍ତି । ଦୁଇ ଜଣ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସର୍ଜରୀ, ଅର୍ଥପେଡ଼ିକ ଓ ନ୍ୟୁରୋସର୍ଜରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚିକିତ୍ସା କରୁଛନ୍ତି । ଆଇସିୟୁ ସହ ସାମାନ୍ୟ ବେଡ ପ୍ରସ୍ତୁତ ହୋଇ ରହିଥିବା ନେଇ ଏସସିବି ଅଧିକ୍ଷକ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: T Bridge Stampede: ବଡମ୍ବା ଟି ବ୍ରିଜ ଉପରେ ଦଳାଚକଟାରେ ୨୦ ଗୁରୁତର, ଜଣେ ମୃତ

ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ମହିଳାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଓ ଆହତଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେପଟେ ଭର୍ତ୍ତି ହୋଇଥିବା ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ମୁତାବକ ସମସ୍ତ ପ୍ରକାରର ଚିକିତ୍ସା କରାଯାଉଛି ବୋଲି ଏସସିବି ଅଧିକ୍ଷକ କହିଛନ୍ତି । ତେବେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଦୁଃଖିତ ଏବଂ ମର୍ମାହତ ବୋଲି ସେ ଟ୍ବିଟ କରି କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 15, 2023, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.