ETV Bharat / state

ମାର୍ଚ୍ଚ ୨୫ରୁ ଦଶମ ପରୀକ୍ଷା ଖାତା ମୂଲ୍ୟାୟନ - march 25

ମାର୍ଚ୍ଚ ୨୫ରୁ ଦଶମ ପରୀକ୍ଷା ଖାତା ମୂଲ୍ୟାୟନ । ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ମୋଟ୍ ୧୬ ହଜାର ୩୦ ପରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୭୬୧ ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ ଜଣ ଉପମୁଖ୍ୟ ପରୀକ୍ଷକ, ୧୨ହଜାର ୨୬୫ ଜଣ ସହକାରୀ ପରୀକ୍ଷକ ଓ ୧୫୨୨ ଜଣ ସ୍କୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 20, 2019, 9:10 PM IST

କଟକ: ମାର୍ଚ୍ଚ ୨୫ରୁ ଦଶମ ପରୀକ୍ଷା ଖାତା ମୂଲ୍ୟାୟନ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼)ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୨୫ରୁ ଆରମ୍ଭ ହେବ।

ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ମୋଟ୍ ୧୬ ହଜାର ୩୦ ପରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୭୬୧ ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ ଜଣ ଉପମୁଖ୍ୟ ପରୀକ୍ଷକ, ୧୨ହଜାର ୨୬୫ ଜଣ ସହକାରୀ ପରୀକ୍ଷକ ଓ ୧୫୨୨ ଜଣ ସ୍କୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ମାଧ୍ୟମା ମୂଲ୍ୟାୟନ ପାଇଁ ୧୭୬ ଜଣ ପରୀକ୍ଷକଙ୍କୁ ବୋର୍ଡ଼ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ପରୀକ୍ଷକ ଆସନ୍ତା ୨୪ ତାରିଖ ସକାଳ ୧୦ ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବାକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଆସନ୍ତା ୨୪ ତାରିଖ ଅପରାହ୍ନ ୨ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକଙ୍କ ବୈଠକ ପରିଚାଳନା କରିବେ । ଏଥିସହ ଅନୁପସ୍ଥିତ ଥିବା ପରୀକ୍ଷକଙ୍କ ସ୍ଥାନରେ ନୂତନ ପରୀକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ। ତେବେ ୧୦ ରୁ ୧୨ ଦିନ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂଲ୍ୟାୟନ ପାଇଁ ମୋଟ ୬୦ ଟି ମୂଲ୍ୟାୟନ କେନ୍ଦ୍ର ଚୟନ କରାଯାଇଛି। ସେଥିରୁ ୫୦ଟି କେନ୍ଦ୍ରରେ ମାଟ୍ରିକ ଓ ୧୦ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଧ୍ୟମା ପରୀକ୍ଷା ଖାତାର ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ସମସ୍ତ ପରୀକ୍ଷକଙ୍କୁ ବୁଧବାର ବୋର୍ଡ଼ ପରିସରରେ ଟ୍ରେନିଂ ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଖାତା ଦେଖାହେବ ବୋଲି ବୋର୍ଡ଼ ଆଶା ରଖିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.