କଟକ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରିଛି 101 ବର୍ଷ । ଠିକ ଆଜିର ଦିନରେ ଓଡିଶାରେ ପହଞ୍ଚିଥିଲେ ବାପୁ ଓ ପରିବାର। କଟକ ରେଳ ଷ୍ଟେସନରେ ପହଞ୍ଚିବାପରେ ତାଙ୍କୁ କଟକ ବାସୀ କରିଥିଲେ ଭବ୍ୟ ସ୍ୱାଗତ । ଏହାପରେ ସ୍ୱରାଜ ଆଶ୍ରମରେ ହୋଇଥିଲା ଏକ ରାଜ୍ୟ ସ୍ତରୀୟ ବୈଠକ ।
ଦେଶକୁ ସ୍ୱାଧୀନ କରିବା ପାଇଁ ବସିଥିବା ଏହି ବୈଠକରେ ରାଜ୍ୟର କୋଣ ଅନୁକୋଣରୁ ଛୁଟିଥଲା ଜନ ସମୁଦ୍ର। ଗାନ୍ଧୀଙ୍କ ଓଡିଶା ପ୍ରତି ଥିବା ଅଜସ୍ର ଭଲ ପାଇବା ହିଁ ଏହି ବୈଠକରେ ସ୍ପଷ୍ଟ ହୋଇଯାଇଥିଲା । ତେବେ ଏହାରି ଭିତରେ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଛି ଶହେତମ ବର୍ଷ । ଏହି ଉପଲକ୍ଷେ କଟକ ବେଲଭ୍ୟୁ ଛକ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାପୁଙ୍କ ସ୍ମୃତି ଚାରଣ କରିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଏହାସହ ସ୍ୱରାଜ ଆଶ୍ରମରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ସତବାର୍ଷିକ ଉତ୍ସବ ଉଦଯାପିତ ହୋଇଛି। ଏହି ଉତ୍ସବରେ ଜଷ୍ଟିସ ମନୋରଂଜନ ମହାନ୍ତି , ଜିଲାପାଳ ଭବାନୀ ଶଙ୍କର ଚୟିନୀ , ଓ ଅନେକ ଗାନ୍ଧିବାଦୀ ଯୋଗଦେଇଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ