ଭୁବନେଶ୍ବର: ବାତ୍ୟା ପ୍ରକୋପରେ ଛାରଖାର ହୋଇଛି ରାଜଧାନୀର ରେଳ ଷ୍ଟେସନ । ଛାତ କଣା ହୋଇ ପାଣି ଗଳିବା ଆରମ୍ଭ ହେବା ସହ କେତେକ ପ୍ଲାଟଫର୍ମ ଜଳମଗ୍ନ ରହିଥିବା ଦେଖିବାକୁ ମିଳିଥିଲା । ତେବେ ବାତ୍ୟା ପରର ବିପର୍ଯ୍ୟସ୍ତ ଅବସ୍ଥାରେ ସୁଧାର ଆସି ରବିବାର ରାଜଧାନୀରୁ ଆରମ୍ଭ ହୋଇଛି ଟ୍ରେନ ସେବା ।
ସୂଚନା ଅନୁଯାୟୀ ରବିବାର 2ଟି ସ୍ପେଶାଲ ଟ୍ରେନ ସମେତ ମୋଟ 17ଟି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ସେଥିମଧ୍ୟରୁ 8ଟି ଟ୍ରେନ ବିଭିନ୍ନ ସ୍ଥାନକୁ ଯାତାୟତ ଆରମ୍ଭ କରିଥିବା ବେଳେ ଅଧିକାଂଶ ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲିଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ