ETV Bharat / state

‘ମୋ ବସ’ ସର୍ଭରରେ ତ୍ରୁଟି: ବନ୍ଦ ଇ-ଟିକେଟିଂ, ଯାତ୍ରୀ ଅସନ୍ତୋଷ

‘ମୋ ବସ’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଭାବିତ ହୋଇଛି ଇ-ଟିକେଟିଂ ବ୍ୟବସ୍ଥା । ଆଜିଠାରୁ ସାମୟିକ ସମୟ ପାଇଁ ହାତ ଲେଖା ଟିକେଟରେ ଯାତ୍ରୀଙ୍କୁ ଯାତ୍ରା କରିବାକୁ ପଡିବ । ଏ ନେଇ ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

author img

By

Published : Jun 13, 2019, 8:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜିଠାରୁ ବନ୍ଦ ରହିବ ଇଲେକ୍ଟ୍ରୋନିକ ଟିକେଟିଂ ବ୍ୟବସ୍ଥା । ଏଣିକି ‘ମୋ ବସ’ରେ ହାତ ଲେଖା ଟିକେଟ କାଟି କରିବାକୁ ପଡିବ ଯାତ୍ରା । ସର୍ଭରରେ ବୈଷୟିକ ତ୍ରୁଟି କାରଣରୁ ସାମୟିକ ଭାବେ ଏପରି ସ୍ଥିତି ରହିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କୃଟ) ପକ୍ଷରୁ କୁହାଯାଇଛି । ଏନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଯାତ୍ରୀଙ୍କ କହିବା ମୁତାବକ, ଏହି ବ୍ୟବସ୍ଥା ଦ୍ବାରା ମୋ ବସରେ ଥିବା ଅନଲାଇନ ଟିକେଟିଂ ବ୍ୟବସ୍ଥା ବାଧା ପ୍ରାପ୍ତ ହେବ । ଆଉ ଏଥିଯୋଗୁଁ ଯାତାୟତ ବହୁଳ ମାତ୍ରାରେ ପ୍ରଭାବିତ ହେବ । ଆଉ ଏହାକୁ ମଧ୍ୟ ସ୍ବୀକାର କରିଛନ୍ତି ଖୋଦ ମୋ ବସ କର୍ମଚାରୀ ।

ତେବେ ଏ ନେଇ ପ୍ରତିକ୍ରିୟା ରଖି କ୍ରୁଟ କତ୍ତୃପକ୍ଷ କହିଛନ୍ତି ଯେ, ଏବେ ଅସ୍ଥାୟୀ ଭାବେ କ୍ଲାଉଡ଼ ସର୍ଭର ଚାଲୁଥିଲା । ଏଥିଯୋଗୁଁ ଏବେ ସ୍ଥାୟୀ ସର୍ଭର ଭୁବନେଶ୍ବର ଅପେରସନ ସେଣ୍ଟରକୁ ଡାଟା ସ୍ଥାନାନ୍ତରିତ ହେଉଛି । ଯେଉଁଥିପାଇଁ ସାମୟିକ ଭାବେ ଅନଲାଇନ ଟିକେଟିଂ ବ୍ୟବସ୍ଥାକୁ ସ୍ଥଗିତ ରଖି ହାତଲେଖା ଟିକେଟ ଦିଆଯାଉଛି । ଏ ସ୍ଥିତି ସାମୟିକ ଭାବେ ରହିବ । ଖୁବଶୀଘ୍ର ଏଥିରେ ସୁଧାର ଅଣାଯିବ ହେଲେ ଏଥିପାଇଁ ଯାତ୍ରୀଙ୍କ ମଧ୍ୟରେ ବିରୋଧାଭାସ ଦେଖାଦେଇଛି । ଖୁବଶୀଘ୍ର ଡାଟା ଟ୍ରାନ୍ସଫର ହେବା ପରେ ସ୍ବାଭାବିକ ଭାବେ ଇ-ଟିକେଟିଂ ବ୍ୟବସ୍ଥା ଚାଲିବ।

ମାନୁଆଲ ଟିକେଟରେ ଦ୍ବାରା ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ଟିକେଟରେ ଚଢିବା, ଓହ୍ଲାଇବା ଏ ସବୁର କୌଣସି ତଥ୍ୟ ନାହିଁ । କେତେ କିମି ରାସ୍ତା ପାଇଁ କେତେ ଟଙ୍କା ରହିଛି ତାହାର କୌଣସି ବିବରଣୀ ନାହିଁ । ଏଣୁ ତୁରନ୍ତ ଅନଲାଇନ ହେଲେ ଭଲ ହେବ ବୋଲି ବସରେ ଯାତାୟତ କରୁଥିବା କିଛି ଯାତ୍ରୀ ଅଭିଯୋଗ କରିଛନ୍ତି ।

ଆଗରୁ ଇଟିଏମ ମାଧ୍ୟମରେ ଟିକେଟ କଟାଯାଉଥିଲା । ଏଣୁ ସିଷ୍ଟମ କ୍ଲାଉଡ଼ ସର୍ବରରେ ଚାଲୁଥିଲା । ଏବେ ସ୍ଥାୟୀ ଭାବରେ ଭୁବନେଶ୍ବର ଅପେରସନ ସେଣ୍ଟରକୁ ଟ୍ରାନ୍ସଫର ହେବ । ଏଣୁ ୪ ଦିନ ପାଇଁ ହାତ ଟିକେଟରେ ଯାତ୍ରୀ ଯିବା ଆସିବା କରିବେ । ତେଣୁ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ ସମସ୍ତେ କ୍ରୁଟକୁ ସହଯୋଗ କରନ୍ତୁ ବୋଲି କ୍ରୁଟର ଜିଏମ୍ ଦୀପ୍ତି ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.