ETV Bharat / state

ଆଜିଠାରୁ ରାଜ୍ୟରେ ବଢିବ ତାତି - ତାପମାତ୍ରା

ଗୁରୁବାରଠାରୁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ତାପମାତ୍ର 35 ଡିଗ୍ରୀ ଉପରେ ରହିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 25, 2019, 6:26 AM IST

ଭୁବନେଶ୍ବର: ଦିନକୁ ଦିନ ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା । ଫଳରେ ଉତ୍ତପ୍ତ ହେବାରେ ଲାଗିଛି ସାରା ରାଜ୍ୟ । ସକାଳ 10ଟା ପରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । କିଛି ଦିନ ପୂର୍ବରୁ ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା । କିନ୍ତୁ ଏହାପରେ ଗତ ଦୁଇ ଦିନ ହେବ ଟିଟଲାଗଡ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ବଜାୟ ରଖିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଗୁରୁବାରଠାରୁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ତାପମାତ୍ର 35 ଡିଗ୍ରୀ ଉପରେ ରହିଥିଲା । ଅନ୍ୟପଟେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ପ୍ରକାଶ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.