ଭୁବନେଶ୍ବର: ପାଟକୁରା ଫାଇଟ ପାଇଁ ଆସିଲା ଷ୍ଟାର ପ୍ରଚାରକ ତାଲିକା । ଉଭୟ ବିଜେଡି ଓ ବିଜେପି ସେମାନଙ୍କ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତାଲିକାରେ ରହିଛନ୍ତି ବଛାବଛା 40 ଜଣ ନେତା ।
ବିଜେଡି ତାଲିକାରେ ସବୁଠାରୁ ଶୀର୍ଷରେ ରହିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସହିତ ରହିଛନ୍ତି 7 ଜଣ ଟାଣୁଆ ମନ୍ତ୍ରୀ । ଏଥିସହିତ ମହିଳା ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପ୍ରମିଳା ମଲିକ, ମିନତୀ ବେହେରା, ଶ୍ରୀମୟୀ ମିଶ୍ରଙ୍କ ଭଳି କିଛି ଆଗଧାଡ଼ିର ନେତ୍ରୀ ରହିଛନ୍ତି। ଯୁବଗୋଷ୍ଠୀ ପାଇଁ ମଧ୍ୟ ଯୁବ ବିଧାୟକଙ୍କ ନାମ ରହିଛି ।
ଅନ୍ୟପକ୍ଷରେ ବିଜେପିର 40 ଜଣିଆ ତାଲିକାରେ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ସବୁ ସାଂସଦ ରହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ