ETV Bharat / state

ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଉଠୁଛି ପଡୁଛି ବିଧାନସଭା - ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା

କେନ୍ଦ୍ରାପଡା ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ବିଧାନସଭା । ସାମ୍ବାଦିକଙ୍କୁ ସୁରକ୍ଷା ଓ ଏସପି ନୀତିଶେଖରଙ୍କୁ ଗିରଫ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଟଳ । ଉଭୟେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହକୁ ଏକ ପ୍ରକାର ଅଚଳ କରି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 18, 2019, 7:45 PM IST

ଭୁବନେଶ୍ବର: କେନ୍ଦ୍ରାପଡା ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ବିଧାନସଭା । ସାମ୍ବାଦିକଙ୍କୁ ସୁରକ୍ଷା ଓ ଏସପି ନୀତିଶେଖରଙ୍କୁ ଗିରଫ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଟଳ । ଉଭୟେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହକୁ ଏକ ପ୍ରକାର ଅଚଳ କରି ଦେଇଛନ୍ତି। ଫଳରେ କେବଳ ପ୍ରଶ୍ନକାଳକୁ ବାଦ ଦେଲେ ଅନ୍ୟ କୌଣସି କାର୍ଯ୍ୟ ଚାଲି ପାରିନାହିଁ ।

ସୂଚନା ଅନୁଯାୟୀ ଶୂନ୍ୟକାଳ ଆରମ୍ଭରେ ପ୍ରଥମେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ରୁଲିଂ ଦାବି କରି ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ହେଲେ ବାଚସ୍ପତି କିଛି ନ ଶୁଣିବାରୁ ତଳେ ବସି ରହି ସମସ୍ତ ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ଗୃହ ସ୍ବାଭାବିକ ହୋଇ ପାରିନଥିଲା ।

ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ବିରୋଧୀ କଂଗ୍ରେସ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଫଳରେ ଗୃହକୁ 3ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବାଚସ୍ପତିଙ୍କ ରୁଲିଂ ପାଇଁ ଅଡ଼ି ବସିଥିଲେ । ଅନ୍ୟପଟେ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ବିଧାୟକ ଏସପିଙ୍କ ଗିରିଫ ଦାବିରେ ମଧ୍ୟ ଧାରଣାରେ ବସିଥିଲେ । ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇ କହିଥିଲେ କି ପାଟଣାଗଡ଼ ବିଧାୟକ ସରୋଜ ମେହେର ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାରେ କ୍ଷମା ମାଗିଥିଲେ । ହେଲେ ତାଙ୍କୁ ଜେଲ ଯିବାକୁ ପଡିଲା । ହେଲେ ଏସପି ଏମିତି କ’ଣ ବୋଲି କହି ତାଙ୍କୁ କାହିଁକି ଗିରଫ କରାନଯିବ ବୋଲି ସେ ପ୍ରଶ୍ନ କରିଥିଲେ । ଗୃହ ସ୍ବାଭାବିକ ହୋଇ ପାରି ନଥିବାରୁ ଶୁନ୍ୟକାଳ, ମୁଲତବୀ ଆଲୋଚନା ଓ ଖର୍ଚ୍ଚ ଦାବି ଆଲୋଚନା ବାଧାପ୍ରାପ୍ତ ହୋଇଛି । ବିରୋଧୀ ଏହି ପ୍ରସଙ୍ଗ ଉଠାଇ ଯେମିତି ଶ୍ରେୟ ନେବେ ସେନେଇ ପୁରା ଦମରେ ଲାଗିପଡିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ରାପଡା ଏସପି ସାମ୍ବାଦିକଙ୍କୁ ଯେଉଁଭଳି ଭାବରେ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ଟଯୁ ନେଇ ଉଠୁଛି ପଡୁଛି ବିଧାନସଭା। ସାମ୍ବାଦିକଙ୍କୁ ସୁରକ୍ଷା ଓ ଏସପି ନୀତିଶେଖରଙ୍କୁ ଗିରଫ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଟଳ। ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହକୁ ଏକପ୍ରକାର ଅଚଳ କରିଦେଇଛନ୍ତି। ଫଳରେ କେବଳ ପ୍ରଶ୍ନକାଳକୁ ବାଦ ଦେଲେ ଆଉ କୌଣସି କାର୍ଯ୍ୟ ଚାଲିପରିଲ ନାହିଁ। Body:ଶୁନ୍ୟ କାଳ ଆରମ୍ଭରେ ପ୍ରଥମେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ରୁଲିଂ ଦାବି କରି ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ। ବାଚସ୍ପତି ନ ଶୁଣିବାରୁ ତଳେ ବସି ରହି ସବୁ ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଗୃହ ସ୍ୱାଭାବିକ ହୋଇ ପାରିନଥିଲା। ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ। ଏହା ପରେ ବିରୋଧୀ କଂଗ୍ରେସ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ। ଫଳରେ ଗୃହକୁ 3ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବାଚସ୍ପତିଙ୍କ ରୁଲିଂ ପାଇଁ ଅଡ଼ି ବସିଥିଲେ। ନ ଦେବାରୁ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ବିଧାୟକ ଏସପିଙ୍କ ଗିରିଫ ଦାବିରେ ମଧ୍ୟ ଧାରଣାରେ ବସିଥିଲେ। ନରସିଂହ ମିଶ୍ର କହିଥିଲେ, ପାଟଣାଗଡ଼ ବିଧାୟକ ସରୋଜ ମେହେର ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାରେ କ୍ଷମା ମାଗିଥିଲେ। ହେଲେ ତାଙ୍କୁ ଜେଲ ଯିବାକୁ ପଡିଲା। ଏସପି ଏମିତି କଣ ହେଲେ କି ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କୁ କାହିଁକି ଗିରଫ କରାନଯିବ ବୋଲି ସେ ପ୍ରଶ୍ନ କରିଥିଲେ।
ବାଇଟ: ପ୍ରଦୀପ ନାଏକ, ବିରୋଧୀ ଦଳ ନେତା
ବାଇଟ :ତାରାପ୍ରସାଦ ବାହୀନିପତି, କଂଗ୍ରେସ ବିଧାୟକ
ବାଇଟ: ପ୍ରମିଳା ମଲିକ, ସରକାରୀ ଦଳ ମୁଖ୍ୟ ସଚେତକConclusion:ଗୃହ ସ୍ୱାଭାବିକ ହୋଇ ପାରି ନଥିବାରୁ ଶୁନ୍ୟକାଳ, ମୁଲତବୀ ଆଲୋଚନା, ଖର୍ଚ୍ଚ ଦାବି ଆଲୋଚନା ବାଧାପ୍ରାପ୍ତ ହୋଇଛି। ଉଭୟ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ଯେମିତି ଶ୍ରେୟ ନେବେ ସେଥିପାଇଁ ପୁରା ଦମରେ ଲାଗିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.