ETV Bharat / state

ନବୀନଙ୍କ ପ୍ରଧାନମନ୍ତ୍ରୀ ଯୋଗ୍ୟତା ନେଇ କ’ଣ କୁହନ୍ତି ଦାମ ...

କିଛି ଦିନର ବ୍ୟବଧାନ ପରେ ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦାମୋଦର ରାଉତ। ନବୀନ ବାବୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସେ ସିଧା କହିଛନ୍ତି।

author img

By

Published : May 18, 2019, 11:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦାମୋଦର ରାଉତ । ନବୀନ ବାବୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସେ ସିଧା କହିଛନ୍ତି । ଏବେ ବି ନବୀନ ଲେଖା ଭାଷଣ ପଢୁଛନ୍ତି । ମନକୁ ଦୁଇ ପଦ କହି ପାରୁ ନାହାଁନ୍ତି । ତେଣୁ ଯେଉଁମାନେ ତାଙ୍କ ନାଁ ଉଠାଉଛନ୍ତି ସେମାନେ କେବଳ ଫାଇଦା ଲକ୍ଷ୍ୟରେ ଅଛନ୍ତି ବୋଲି ଦାମ ଆକ୍ଷେପ କରିଛନ୍ତି ।

ମୋଟ 21 ଆସନରୁ ବିଜେଡି କେତୋଟି ଜିତିବ ଯେ ନବୀନ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ କଂଗ୍ରେସ କହିଛି, ଯଦି ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଆମେ ଖୁସି ହେବୁ । ଏହାକୁ ସ୍ଵାଗତ ମଧ୍ୟ କରିବୁ । ଜଣେ ଓଡ଼ିଆ ଭାବେ ଗର୍ବ କରିବୁ। ହେଲେ ଯଦି ନବୀନ ଦିଲ୍ଲୀ ଯିବେ ଓଡ଼ିଶାରେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ତେଣୁ ଆଗ ଦଳ ବଞ୍ଚିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କିନ୍ତୁ କହିଛନ୍ତି କିଛି ଭିନ୍ନ । ଦାମ ଓ ତାରାଙ୍କ ମନ୍ତବ୍ୟକୁ ନେଇ ଜବାବରେ କହିଛନ୍ତି କି ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ, କିନ୍ତୁ କଂଗ୍ରେସ ସମର୍ଥନରେ ନୁହେଁ। କାହିଁକି ନା ଅତୀତରେ କଂଗ୍ରେସ ଅନେକଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ପରେ ଧିକ୍କାର କରିଛି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() କିଛିଦିନ ବ୍ୟବଧାନ ପରେ ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦାମୋଦର ରାଉତ। ନବୀନ ବାବୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସିଧା କହିଛନ୍ତି। ଏବେ ବି ନବୀନ ଲେଖା ଭାଷଣ ପଢୁଛନ୍ତି। ମନକୁ ଦୁଇ ପଦ କହି ପାରୁ ନାହାଁନ୍ତି। ଯେଉଁମାନେ ତାଙ୍କ ନାଁ ଉଠାଉଛନ୍ତି ସେମାନେ ଫାଇଦା ଲକ୍ଷ୍ୟରେ ଉଠାଉଛନ୍ତି ବୋଲି ଦାମ କହିଛନ୍ତି। 21 ଆସନରୁ ବିଜେଡି କେତେଟା ଜିତିବ ଯେ ନବୀନ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ କଂଗ୍ରେସ କହିଛି, ଯଦି ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତି ଆମେ ଖୁସି ହେବୁ। ସ୍ଵାଗତ କରିବୁ। ଜଣେ ଓଡ଼ିଆ ଭାବେ ଗର୍ଵ କରିବୁ। ହେଲେ ଯଦି ନବୀନ ଦିଲ୍ଲୀ ଯିବେ ଓଡ଼ିଶାରେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ତେଣୁ ଆଗ ଦଳ ବଂଚିବା ଦରକାର ବୋଲି କହିଛନ୍ତି ତାର ବାହିନୀପତି। ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କିନ୍ତୁ କହିଛନ୍ତି, ନିବିନ ପ୍ରଧାନମନ୍ତ୍ରୀ ହୁଅନ୍ତୁ, କିନ୍ତୁ କଂଗ୍ରେସ ସମର୍ଥନ ରେ ନୁହେଁ। କାହିଁକି ନା ଅତୀତରେ କଂଗ୍ରେସ ଅନେକଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ପରେ ଧିକ୍କା ଦେଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ପଦାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

Body:ବାଇଟ ଦାମୋଦର ରାଉତ ବରିଷ୍ଠ ବିଜେପି ନେତା
ବାଇଟ ସୂର୍ଯ୍ୟନାରାୟଣ ପତ୍ର ବିଜେଡି ଉପସଭାପତି
ବାଇଟ ତାରା ପ୍ରସାଦ ବାହିନୀପତି କଂଗ୍ରେସ ନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.