ETV Bharat / state

ଇସ୍କନ ମନ୍ଦିରରେ ପବିତ୍ର ରଥଯାତ୍ରା, ଅପରାହ୍ଣ 3ଟାରେ ରଥ ଟଣା ଆରମ୍ଭ - iskon

ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଇସ୍କନ ମନ୍ଦିରର ରଥ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 3, 2019, 10:36 PM IST

ଭୁବନେଶ୍ବର: ରାତି ପାହିଲେ ପବିତ୍ର ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ । ଗାଁ ଠାରୁ ସହର ସବୁଠି ରଥ, ପଥ ଓ ଭକ୍ତ ପ୍ରସ୍ତୁତ । କିଭଳି ଭକ୍ତମାନେ ଭଲ ଜାଗାରେ ଦର୍ଶନ କରିବେ, ସେ ନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀରେ ଥିବା ଇସ୍କନ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଏଥିପାଇଁ ମନ୍ଦିରରେ ବୁଧବାର ଠାରୁ ଭିଡ଼ ଦେଖିବାକୁ ମିଳିଛି । ତେବେ ଗୁରୁବାର ସକାଳ 9 ଟାରେ ରଥ ପୂଜା ହେବା ସହ 11ଟାରେ ପହଣ୍ଡି ଓ 3ଟା ସମୟରେ ରଥ ଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରଥଟଣା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରଥ କୁ ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର ଇସ୍କନ ମନ୍ଦିର

Body:ଆଜି ର ଗୋଟିଏ ରାତି ପାହିଲେ ପବିତ୍ର ରଥଯାତ୍ରା। ଏଥି ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ଭକ୍ତ ଙ୍କ ଭିତରେ ଦେଖା ଯାଇଛି ଅନେକ ଉତ୍ସାହ। ଗାଁ ଠାରୁ ସହର ସବୁଠାରେ ଭକ୍ତ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। କିଭଳି ଭକ୍ତ ମାନେ ଭଲ ରେ ଜାଗା ର ଦର୍ଶନ କରିବେ ତା ପାଇଁ ମଂଦିର ପ୍ରଶାସନ ଠାରୁ ସରକାରି ସ୍ତର ରେ ବି ସେତିକି ପ୍ରସ୍ତୁତି ହୋଇ ସାରିଛନ୍ତି। ଅନ୍ୟ ପଟେ ରାଜଧାନୀ ଭୁବନେଶ୍ବର ବି କାଲି ପାଇ ସଂପୂର୍ଣ୍ଣ ପ୍ରସ୍ତୁତ ହେଇ ସାରିଲାଣି, ରାଜଧାନୀ ର ସବୁଠାରୁ ବଡ଼ ରଥ ହେଉଥିବା ନୟାପଲି ର ଇସ୍କନ ମନ୍ଦିର ବି ଆଜିଠାରୁ ଭିଡ଼ ଦେଖିବା କୁ ମିଳିଛି। ଅନ୍ୟ ପଟେ ଆସନ୍ତା କାଲି ସକାଳୁ 9 ଟା ରେ ରଥ ପୂଜା ହେବା ସହ 11 ଟା ସମୟରେ ପହଣ୍ଡି ଓ 3ଟା ସମୟ ରେ ରଥ ଟଣା ହେବ ବୋଲି ମଂଦିର ପ୍ରଶାସନ ସୂଚନା ଦେଇଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.