ETV Bharat / state

ଜୁଏଲଙ୍କୁ ଭୁଲିଗଲେ ମୋଦି ! - ଭୁବନେଶ୍ବର

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଓଡ଼ିଶାରୁ 2ଜଣଙ୍କୁ ମନ୍ତ୍ରିମଣ୍ଡଳ ବିଭାଗ ଦାୟିତ୍ବ ଦିଆଯାଇଥିବା ବେଳେ ବାଦ ପଡିଯାଇଛନ୍ତି ଜୁଏଲ ।

ଡିଜାଇନ ଫଟୋ
author img

By

Published : May 31, 2019, 3:04 PM IST

Updated : May 31, 2019, 3:18 PM IST

ଭୁବନେଶ୍ବର: ମୋଦି କ୍ୟାବିନେଟ 2ରେ ଅଲୋଡା ଜୁଏଲ । ଉଭୟ ବାଜପେୟୀ ଏବଂ ମୋଦି ସରକାରରେ ମନ୍ତ୍ରୀ ଥିବା ଜୁଏଲ ଓରାମ ଏଥର ମନ୍ତ୍ରୀପଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ଉଭୟ ସରକାରରେ ଜୁଏଲଙ୍କୁ ଯେଉଁ ବିଭାଗ ମିଳିଥିଲା, ସେହି ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ବ ଏବେ ଅର୍ଜୁନ ମୁଣ୍ଡାଙ୍କ ହାତରେ ନ୍ୟସ୍ତ କରାଯାଇଛି ।

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାର ଦୁଇ ଜଣଙ୍କୁ ସ୍ଥାନ ମିଳିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ପେଟ୍ରୋଲିୟମ ବିଭାଗ ହସ୍ତାନ୍ତର କରାଯାଇଥିବା ବେଳେ ପ୍ରତାପ ଷଡଙ୍ଗୀ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସମ୍ଭାଳିବେ ।

କିନ୍ତୁ ଏଥିରୁ ବାଦ ପଡିଯାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ । ମୋଦି କ୍ୟାବିନେଟ-1ରେ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଦାୟିତ୍ବରେ ଥିବା ବେଳେ ଏଥର ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି ।

ତେବେ 2014ରେ ଓଡ଼ିଶାରୁ ବିଜେପିର ଏକମାତ୍ର ସାଂସଦ ଭାବେ ଜୁଏଲ ଓରାମ ନିର୍ବାଚିତ ହୋଇଥିଲେ । ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଞ୍ଚଳରୁ ବିପୁଳ ଭୋଟ ପାଇବା ସହ ରାଜ୍ୟରେ ବିଜେପିର ସ୍ଥିତି ଜାହିର କରିଥିଲେ ଜୁଏଲ । ଏପରି ମଧ୍ୟ କୁହାଯାଏ, ଜୁଏଲଙ୍କ ପାଇଁ ବାଜପେୟୀ ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କ୍ୟାବିନେଟରେ ସାମିଲ କରାଯାଇଥିଲା । କିନ୍ତୁ ଏଥର ମୋଦି କ୍ୟାବିନେଟ-2ରେ ଜୁଏଲଙ୍କୁ ସାମିଲ କରାଯାଇନାହି ଁ।

ହେଲେ ଚଳିତ ନିର୍ବାଚନରେ ବିଜୟ ହୋଇ ମଧ୍ୟ ଦଳ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିନଥିଲା। ସେ ସମ୍ଭାଳୁଥିବା ବିଭାଗକୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ହସ୍ତାନ୍ତର କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfg

Conclusion:
Last Updated : May 31, 2019, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.