ETV Bharat / state

ତାତି ସାଙ୍ଗକୁ ବଢୁଛି ମାଠିଆ-ସୁରେଇର ଚାହିଦା

ଖରା ଦିନ ଆସିଲେ ସହର ବାସୀଙ୍କ ଠାରୁ ଆରମ୍ଭ କରି ଗାଁ ଗହଳିରେ ସମସ୍ତଙ୍କର ମନେ ପଡିଯାଏ ମାଠିଆ କଥା । ଶୋଷ ମେଣ୍ଟାଇବା ସହ ଥଣ୍ଡା ପାଣି ଓ ଖରାର ପ୍ରକୋପରୁ ରକ୍ଷାକାରୀ ଯନ୍ତ୍ର ଭଳି କାମ କରେ ଏହି ମାଟି ନିର୍ମିତ ମାଠିଆ ।

author img

By

Published : Apr 26, 2019, 4:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଜାରି ରହିଛି ପ୍ରଚଣ୍ଡ ଖରା । ଅସହ୍ୟ ଗରମ ଏବେ ଚରମ ସୀମାରେ । ୪୦ଡିଗ୍ରୀ ତାପମାତ୍ରାରେ ଜଳିଯାଉଛି ଦେହ ମୁଣ୍ଡ । ଏପରିସ୍ଥଳେ ଖରା ଦାଉରୁ ରକ୍ଷା ସହ ଶରୀରକୁ ଥଣ୍ଡା ରଖିବା ନିହାତି ଆବଶ୍ୟକ ହୋଇପଡିଛି । ଏପରି କ୍ଷେତ୍ରରେ ଟୋପାଏ ଥଣ୍ଡା ପାଣି ଦେଇଥାଏ ଦେହମନକୁ ଏକଦମ ଆରାମ । ଆଉ ଖରା ଦିନ ଆସିଲେ ସହରୀଙ୍କ ଠାରୁ ଗାଁ ଯାଏଁ ସଭିଙ୍କ ଚାହିଦା ପାଲଟିଥାଏ ମାଟିରେ ନିର୍ମିତ ସୁରେଇ ଓ ମାଠିଆ । ଶୋଷ ମେଣ୍ଟାଇବା ସହ ଥଣ୍ଡା ପାଣି ଓ ଖରାର ପ୍ରକୋପରୁ ରକ୍ଷାକାରୀ ଯନ୍ତ୍ର ଭଳି କାମ କରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ମାଠିଆ ପାଣି ଶରୀର ପାଇଁ ହିତକର ବୋଲି ଡାକ୍ତରମାନେ ମତ ଦେଇଥାନ୍ତି । ମାଠିଆ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ହୋଇଥିବାରୁ ଏହି ପାଣି ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ । ଖାସ ଏଥିପାଇଁ ଖରା ଦିନେ ଏହାକୁ କିଣିବା ପାଇଁ ରାସ୍ତା କଡ ଦୋକାନରେ ଭିଡ ଜମିଥାଏ । ଏବେ ସେହି ପୁରୁଣା ଢାଞ୍ଚାରେ ନିର୍ମିତ ମାଟିର ମାଠିଆରେ ସାମାନ୍ୟ ଆଧୁନିକତାର ସ୍ପର୍ଶ ଦିଆଯାଇଛି । ଯାହା ଫଳରେ ଏହା ସମସ୍ତଙ୍କୁ କିଣି ନେବା ପାଇଁ ବାଧ୍ୟ କରୁଛି ।

ଏବେ ଧନୀ ଗରିବ ସମସ୍ତଙ୍କ ଘରେ ମାଠିଆ, ସୁରେଇ ଭର୍ତ୍ତି ପାଣି । ଥଣ୍ଡା ସାଙ୍ଗକୁ ସ୍ବଚ୍ଛ ପିଇବା ପାଣି ରଖିବା ପାଇଁ ମାଠିଆ ସବୁଠାରୁ ଉତ୍ତମ ବିକଳ୍ପ ପାଲଟିଛି । ଏହାସହ ଏବେ ମାଠିଆ ରଖିବା ମଧ୍ୟ ଏକ ନ୍ୟୁ ଟ୍ରେଣ୍ଡ ପାଲଟିଛି । ଦୋକାନଠୁ ଆରମ୍ଭ କରି ଘରୋଇ ଓ ଅନୁଷ୍ଠାନ ସବୁଠି ମାଠିଆର ଆଦର ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.