ETV Bharat / state

‘ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ ବୋଝ’ - ctc

ହିଞ୍ଜିଳିରେ ନବୀନ-ପିତାମ୍ବର ଲଢେଇ । ବିଜେଡି ସଭାପତି ବନାମ ରାଜ୍ୟ ବିଜେପି ଉପସଭାପତି । ବିଜୟୀ ହେବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି ପିତାମ୍ବର ଆଚାର୍ଯ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 25, 2019, 11:13 PM IST

କଟକ: ନବୀନଙ୍କୁ ସାମ୍ନା କରିବେ ପିତାମ୍ବର । ହିଞ୍ଜିଳିରୁ ପିତାମ୍ବରଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଆଉ ଏହାପରେ ହିଁ ସେ ରଣହୁଙ୍କାର ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୋମବାର ପିତାମ୍ବରଙ୍କୁ ହିଞ୍ଜିଳିରୁ ପ୍ରାର୍ଥୀ କରିବା ପାଇଁ ବିଜେପି ଘୋଷଣା କରିଛି । ନିର୍ବାଚନୀ ମଇଦାନକୁଯିବା ପୂର୍ବରୁ ବିଜେଡି ବିରୋଧରେ ପ୍ରବଳ ବର୍ଷିଛନ୍ତି ସେ । ରାଜ୍ୟ ବିଜେପିର ଉପସଭାପତି ଥିବା ପିତାମ୍ବର ଆଚାର୍ଯ୍ୟ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନବୀନ ହିଞ୍ଜିଳିରୁ ହାରିବେ । ଏକଥା ସେ ପୂର୍ବରୁ ଜାଣିସାରିଛନ୍ତି । ଯେଉଁଥିପାଇଁ ସେ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହେଉଛନ୍ତି ବୋଲି କଟାକ୍ଷ କରିଛନ୍ତି ପିତାମ୍ବର ।

ସେ କହିଛନ୍ତି, ବିଜେଡିର ପାଦ ତଳୁ ମାଟି ଖସିଖସି ଯାଉଛି । ଲୋକମାନେ ପ୍ରକୃତ ଶାସନକୁ ଚାହିଁ ବସିଛନ୍ତି । ବିଜେଡି କେବଳ 19 ବର୍ଷ ମଧ୍ୟରେ ରାଜ୍ୟରେ ବିକାଶ ନାଁ ରେ ବିନାଶ କରିଆସିଛି । ପ୍ରତି କ୍ଷେତ୍ରରେ ଓଡିଶାକୁ ନିମ୍ନାଭିମୁଖୀ କରାଇଛି ଶାସକ ଦଳ । ଅଧାରୁ ଉର୍ଦ୍ଧ୍ବ ବିଜେଡି ସାଂସଦ ଓ ବିଧାୟକ ଚିଟଫଣ୍ଡ ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି । ସାଧାରଣ ଜନତାଙ୍କ ଅର୍ଥ ସର୍ବଶାନ୍ତ କରିଛି ବିଜେଡି । ଏବେ ପରିବର୍ତ୍ତନର ସମୟ ଆସିଥିବା କହିଛନ୍ତି ପିତାମ୍ବର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.