ETV Bharat / state

କାହିଁକି ପରିବାର ସଦସ୍ୟଙ୍କୁ ରାଜନୀତିକୁ ଆଣିବା ପାଇଁ ମନାକଲେ ନବୀନ ?

ପରିବାର ସଦସ୍ୟଙ୍କୁ ପଲିଟିକ୍ସକୁ ନା । ରାଜନୀତିକୁ ଆସିବେନି ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ସସପେନ୍ସ ହଟିଲା ସତ, ହେଲେ ସୃଷ୍ଟି ହେଲା ଅସମାହିତ ପ୍ରଶ୍ନ ।

author img

By

Published : May 28, 2019, 2:53 PM IST

ଫାଇଲ ଫଟୋ

ଭୁବନେଶ୍ବର: ଗୋଟିଏ ସାକ୍ଷାତକାର ଦେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିଛନ୍ତି ନବୀନ । ପୁତୁରା ଅରୁଣ ପଟ୍ଟନାୟକଙ୍କ ରାଜନୀତିରେ ଡେବ୍ୟୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ଏବେ ଏଥିରେ ଗୋଟିଏ ପ୍ରକାର ପୂର୍ଣ୍ଣଛେଦ ପଡିଛି । କାହିଁକି ନe ପରିବାରର କୌଣସି ସଦସ୍ୟ ରାଜନୀତିକୁ ଆସିବେ ନାହିଁ ବୋଲି ନବୀନ ସଫାସଫା ମନା କରିଦେଇଛନ୍ତି । ଏବେ ପ୍ରଶ୍ନ ଏହା ପଛର କାରଣ କ’ଣ ହୋଇପାରେ ।

କେବେ ବି ଏହା ଉପରେ ପ୍ରତିକ୍ରିୟା ରଖିନଥିଲେ ନବୀନ । ହେଲେ ନବୀନଙ୍କ ବୟସ ବଢିବା ସହ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି । ହେଲେ ଚର୍ଚ୍ଚା ଥମିନି । ବରଂ ଓଡିଶାବାସୀଙ୍କ ଭିତରେ ଏବେ ଅସମାହିତ ପ୍ରଶ୍ନ ।

ପରିବାର ସଦସ୍ୟ ରାଜନୀତି ପ୍ରତି ଇଚ୍ଛୁକ ନୁହଁନ୍ତି ନା ନବୀନ ଚାହୁଁନାହାଁନ୍ତି ? କାହିଁକି ନା ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ନିଜ ପରିବାର ସଦସ୍ୟଙ୍କୁ ରାଜନୀତିକୁ ଆଣିବା ପାଇଁ ସ୍ବପ୍ନରେ ବି ଭାବିନଥିଲେ । ବିଜୁବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ସମ୍ପୁର୍ଣ୍ଣ ଅଜ୍ଞ ଥିବା ନବୀନଙ୍କୁ ବୁଝାଇ ସୁଝାଇ ରାଜନୀତିକୁ ଆଣିଥିଲେ ସେତେବେଳର ଜନତା ଦଳର ନେତା ।

ନବୀନ ମନା କରିବାର ଅନ୍ୟ ଏକ କାରଣ ବି ହୋଇପାରେ । ବର୍ତ୍ତମାନର ରାଜନୈତିକ ପାଠ କହୁଛି, ପରିବାର ବାଦକୁ ମାପିଚୁପି ବ୍ୟବହାର । କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡିର ବର୍ତ୍ତମାନ ସ୍ଥିତି ହୁଏତ ନବୀନଙ୍କୁ ପ୍ରଭାବିତ କରିଥାଇପାରେ । କଂଗ୍ରେସରେ ରାହୁଲଙ୍କ ଦବଦବା ବଢିବା ସଙ୍ଗେ ସଙ୍ଗେ ବିପର୍ଯ୍ୟୟ ସାମ୍ନା କଲା ଦଳ । କାହିଁକି ନା 2014ରେ ଯଦିଓ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ରହିଥିଲେ, ରାହୁଲଙ୍କୁ ଅଘୋଷିତ ପ୍ରଧାନମନ୍ତ୍ରୀ କୁହାଯାଉଥିଲା । ଦଳର ନେତା ଓ କର୍ମୀଙ୍କ ସାମ୍ନାରେ ଦୁଇଟି ନେତୃତ୍ବ ଉଭା ହୋଇଥିଲେ । ଯାହା ଦଳକୁ ବୁମେରାଂ ହୋଇଥିବା ଚର୍ଚ୍ଚା ହୁଏ । 2019ର ସ୍ଥିତି ମଧ୍ୟ ଏପରି କିଛି । ରାହୁଲ ଦଳର ମଙ୍ଗ ଧରିଥିଲେ ସତ । ହେଲେ ରାହୁଲଙ୍କ ନିଷ୍ପତ୍ତି ମନକୁ ନପାଇଲେ ଗୁହାରି ପାଇଁ ସୋନିଆ ଗାନ୍ଧୀ ଏକ ବିକଳ୍ପ ଥିଲେ । ବହୁ ବରିଷ୍ଠ ନେତା ନିଜ ନିଜ ପୁଅ ପାଇଁ ଲବି କରିଥିଲେ । ଯାହାର ପରିଣାମ ଏଥରର ଫଳାଫଳ ।

ସେହିପରି ଉତ୍ତର ପ୍ରଦେଶରେ ପୁଅ ଅଖିଳେଶକୁ ମୁଖ୍ୟମନ୍ତ୍ରୀ କରିବା ପରେ ମୁଲାୟମ ସିଂହ ଯାଦବଙ୍କ ଦଳର ସ୍ଥିତି ସଙ୍କଟକୁ ଚାଲିଗଲା । ଆଉ ଏବେ ଏହା ଉଧେଇ ବି ପାରୁନି । ବିହାରରେ ଆରଜେଡିର ବି ସମାନ ସ୍ଥିତି । ଜେଲରେ ଥାଇ ଦୁଇ ପୁଅଙ୍କ କଳି ସମାଧାନ କରିବାରେ ବ୍ୟସ୍ତ ଲାଲୁ ଯାଦବ । ଫଳସ୍ବରୂପ ଲୋକସଭା ନିର୍ବାଚନରେ ସଫା ହୋଇଗଲା ଆରଜେଡି ।

ଏଭଳି ସ୍ଥିତିରେ ପୁତୁରା ଅରୁଣଙ୍କୁ ରାଜନୀତିକୁ ଆଣିବା ଅର୍ଥାତ ଦଳକୁ ବିପର୍ଯ୍ୟୟକୁ ଠେଲିଦେବା । କାହିଁକି ନା ଅରୁଣ ଆସିବା ପରେ ଦଳରେ ଦୁଇଟି ନେତୃତ୍ବ ହୋଇଯିବ । ଅରୁଣ ଅଘୋଷିତ ମୁଖ୍ୟ ଭାବରେ ବିବେଚିତ ହେବେ । ନବୀନଙ୍କ ରାଜନୈତିକ ଷ୍ଟ୍ରାଟେଜି ଓ ଅରୁଣଙ୍କ ରାଜନୈତିକ ଷ୍ଟ୍ରାଟେଜି ଭିତରେ ବ୍ୟବଧାନଟିଏ ସୃଷ୍ଟି ହୋଇପାରେ । ଦଳକୁ କଡା ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିବ । ମୁଲାୟମ-ଅଖିଳେଶ ପରି ସ୍ଥିତି ଉପୁଜିପାରେ । ରାଜନୀତିରେ ପୁରା ପୋଖତ ହୋଇସାରିଥିବା ନବୀନ ଏତମାମ ଦିଗକୁ ବିଚାରକୁ ନେବା ସ୍ବଭାବିକ । ଯେଉଁଥିପାଇଁ ପରିବାର ସଦସ୍ୟଙ୍କୁ ରାଜନୀତିକୁ ଆଣିବା ପାଇଁ ବର୍ତ୍ତମାନ ସ୍ଥିତିରେ ଉଚିତ ମନେ କରିନଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

see the attachment
visuals and bytes by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.