ETV Bharat / state

ଶହୀଦଙ୍କ ପ୍ରତି ଦଳର ରହିଛି ସମ୍ମାନ: ବିଜେଡି ମୁଖପାତ୍ର

author img

By

Published : Jun 21, 2019, 1:58 PM IST

Updated : Jun 21, 2019, 11:41 PM IST

ଶହୀଦଙ୍କ ମରଶରୀର ଉପରେ ବିଜେଡି ପତାକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ଶହୀଦଙ୍କ ପ୍ରତି ଦଳର ସମ୍ମାନ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ଅନ୍ୟପକ୍ଷରେ ଜାତୀୟ ପତାକା ଉପରେ ବିଜେଡି ପତାକା ପକାଇବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିବା ଆଇଡି ବିସ୍ଫୋରଣରେ ଶହୀଦ ହୋଇଛନ୍ତି ଓଡିଆ ଯବାନ ଅଜିତ ସାହୁ । ଗତକାଲି ତାଙ୍କ ପାର୍ଥୀବ ଶରୀର ଜନ୍ମମାଟି ଢେଙ୍କାନାଳର କାମାକ୍ଷାନଗର ସ୍ଥିତ ବଡସୁଆଁଳ ଗାଁରେ ପହଞ୍ଚିଥିଲା। ତାଙ୍କର ମରଶରୀର ଆସିଥିବା କଫିନରେ ତ୍ରିରଙ୍ଗାରେ ଆଚ୍ଛାଦିତ ଥିଲା। ମାତ୍ର ଜାତୀୟ ପତାକା ସହ ବିଜୁ ଜନତା ଦଳର ଦଳୀୟ ପତାକା ମଧ୍ୟ ତାଙ୍କ କଫିନ ଉପରେ ଢାଙ୍କି ଦିଆଯାଇଥିବାର ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯାହାକୁ ନେଇ ଆରମ୍ଭ ହୋଇଯାଇଥିଲା ବିବାଦ। ଏ ପ୍ରସଙ୍ଗରେ ଶାସକ ଶାସକ ବିଜେଡିକୁ ଟାର୍ଗେଟ୍ କରିଥିଲେ ବିରୋଧୀ। ବିଭିନ୍ନ ଫୋରମରେ ମଧ୍ୟ ଏହାକୁ ନିନ୍ଦା କରାଯାଇଛି। ମାତୃଭୂମି ପାଇଁ ଶହୀଦ ହୋଇଥିବା ଯବାନ ପ୍ରତି ଶାସକ ଦଳର ଏପରି ଆଭିମୁଖ୍ୟକୁ ସମାଲୋଚନା କରାଯାଇଥିଲା। ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ,ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ଯିଏ ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶହୀଦଙ୍କ ପ୍ରତି ଦଳର ସମ୍ମାନ ରହିଛି ବୋଲି ସେ ଜଣାଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ ଏବଂ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 21, 2019, 11:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.