ETV Bharat / state

ରାଜଧାନୀରେ ପୁଣି ମାତିଲେ ଲୁଟେରା: ଲୁଟିଲେ, ଲହୁଲୁହାଣ କଲେ - BBSR

ଲୁଟ ବେଳେ ଲୁଟେରାଙ୍କ ଆକ୍ରମଣରେ ମହିଳା ଲହୁଲୁହାଣ । ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାଜଧାନୀ । ସିସିଟିଭିରେ କଏଦ ହେଲା ଲୁଟ ସମୟର ଫୁଟେଜ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 8:41 PM IST

ଭୁବନେଶ୍ବର: ଅପରାଧୀଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କ ଟାର୍ଗେଟରେ ମହିଳା । ହେଲେ ସବୁ ଦେଖି ବି ଆଖି ବୁଜିଛି କମିଶନରେଟ ପୋଲିସ । କାରଣ ବିଧାନସଭା ନିକଟରେ ବନ୍ଧା ପଡିଛନ୍ତି ପୋଲିସ କର୍ମଚାରୀ । ନିକଟରେ ଏମିତି ଏକ ଲୁଟ ହୋଇଛି, ଯାହାର ଦୃଶ୍ୟ ସିସିଟିଭିରେ ହୋଇଛି କଏଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନବୀନ ନିବାସ ଠାରୁ ମାତ୍ର କିଛିଦୂରରେ ଘଟିଛି ଏହି ଘଟଣା । ସମୟ ପ୍ରାୟ ରାତି 3ଟା । ସୁଭଦ୍ରା ପାତ୍ର ନାମ୍ନୀ ଜଣେ ମହିଳା ନିଜ ଭାଇଙ୍କ ସହ ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲେ । ଯିବା ରାସ୍ତାରେ କାର୍ଗିଲ ରୋଡ ନିକଟରେ ଏହି ଲୁଟେରାଙ୍କ ହାବୁଡରୁ ବର୍ତ୍ତିବାକୁ ଯାଇ ସେ ଏକ ଗଳି ଭିତରକୁ ପଶିଯାଇଥିଲେ । ହେଲେ ଲୁଟେରା ବି ଛାଡିନଥିଲେ ତାଙ୍କ ପିଛା । ଶେଷରେ ସେମାନେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ସୁନା ଚେନ, 75ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଏନେଇ ସୁଭଦ୍ରାଙ୍କ ଭାଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଡିସିପି କହିଛନ୍ତି ଯେ ସିସିଟିଭିରେ ଅଭିଯୁକ୍ତଙ୍କ ଚେହେରା ସମ୍ପୂର୍ଣ୍ଣ ଦେଖାଯାଉନି କିନ୍ତୁ ତଦନ୍ତ ଜାରି ରହିଛି । ତେବେ ଗୋଟିଏ ପଟେ କମିଶନର ପୋଲିସ ପିସିଆର କର୍ମଚାରୀଙ୍କୁ ସମ୍ମାନିତ କରିବାରେ ବ୍ୟସ୍ତ ଥିବାବେଳେ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରବାସୀଙ୍କ ମନରେ ଅନେକ ପ୍ରଶ୍ନ ଓ ବିଦ୍ବେଶର ଭାବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସିସିଟିଭିରେ ଲୁଟେରା ଗ୍ଯାଙ୍ଗ,
ଲୁଟ ପାଇଁ ମହିଳାଙ୍କୁ ଲହୁଲୁହାଣBody:ଅପରାଧିଙ୍କ କବଜାରେ ରାଜଧାନୀ। ମନଇଛା ଚାଲିଛି ଲୁଟ ଓ ଛିନତାଇ। ସବୁ ଦେଖି ବି ଲାଚାର କମିସନରେଟ ପୋଲିସ। କାରଣ ଭିଭିଆଇପିଙ୍କ ପାଇଁ ବିଧାନସଭା ନିକଟେ ବନ୍ଧା ପଡିଛନ୍ତି ଥାନା ଅଫିସର ଓ କର୍ମଚାରୀ।ଯାହାର ଫାଇଦା ନେଇ ଆତଙ୍କର ଭୟ ଖେଳାଇଛନ୍ତି ରାଜଧାନୀର। ଯାହାର ଦୃଷ୍ଯ କଏଦ ହୋଇଛି ସିସିଟିଭିରେ।ନବିନ ନିବାସଠୁ ମାତ୍ର କେଇ ଦୁରରେ ଘଟିଛି ଘଟଣା। ଯାହା କମିସନରେଟର ସୁରକ୍ଷା ବ୍ଯବସ୍ଥାକୁ ଚ୍ଯାଲେଂଜ ସୃଷ୍ଟି କରିଛି। ତେବେ ସୁଚନା ମୁତାବକ ସିସିଟିଭିରେ କଏଦ ହୋଇଥିବା ଦୃଷ୍ଯ ବୁଧବାର ପ୍ରାତଃ ପୁର୍ବର ରାତି ୩ଟା ସମୟରର ।ସୁଭଦ୍ରା ପାତ୍ର ନାମକ ଜଣେ ମହିଳା ନିଜର ଭାଇଙ୍କ ସହ ଏୟାରପୋର୍ଟ ଥାନା ପଳାଶପଲ୍ଲିରୁ ମାଷ୍ଚରକ୍ଯାଣ୍ଟିନ ଯାଉଥିଲେ।ଘରୁ ବାହାରିବା ପରେ କାରଗିଲ ରୋଡରେ ଲୁଟେରାଙ୍କ ହାବୁଡରେ ପଡିଲେ।ଏପରିକି ଲୁଟେରାଙ୍କ କବଳରୁ ବର୍ତିବାକୁ ଏକ ଗଳି ଭିରେ ପଶିଲେ। ହେଲେ ତଥାପି ଲୁଟେରା ତିନି ଜଣ ଏକ ସ୍କୁଟିରେ ଗୋଡାଇ ଗୋଡାଇ ପିଛାକରି ଲହୁଲୁହାଣ କରି ଆକ୍ରମଣ ପରେ ତାଙ୍କଠାରୁ ୭୫ ହଜାରଟଙ୍କା,ସୁନାଚେନ ଝାମ୍ପିନେଇ ଚମ୍ପଟମାରିଥିଲେ ଯାହାର ଦୃଷ୍ଯ କଏଦ ହୋଇଛି ।ଏନେଇ ସୁଭଦ୍ରାଙ୍କ ଭାଇ ଏୟାରଫିଲଡ ଥାନାରେମଅଭିଯୋଗ କରିଛନ୍ତି।ଡିସିପି କହିଛନ୍ତି ସିସିଟିଭିରେ ଅପରାଧିଙ୍କ ଛବି ସଫା ଦିଶୁନି ପୋଲିସ ତଦନ୍ତ ଜାରି ରଖିଛି। ତେବେ ଗୋଟିଏ ପଟେ ସହରରେ ପୋଲିସ ପାଟ୍ରୋଲି ଓ ପୋଲିସର ସୁରକ୍ଷାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ । ସେପଟେ ପୋଲିସ କମିସନର ପିସିଆର କର୍ମଚାରିଙ୍କୁ ସମ୍ମାନିତ କରିବାରେ ବ୍ଯସ୍ତ।ଯାହାକୁ ନେଇ ସହରବାସିଙ୍କ ବଢୁଛି ପୋଲିସ ପ୍ରତି ବିଦ୍ବେଶର ଭାବ।।Conclusion:ବାଇଟ-ଅନୁପ ସାହୁ ,ଡିସିପି ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.