ETV Bharat / state

ଫିଲ୍ମରେ ‘ଫନି’ ଦେଖାଇଲା ପୋଲିସ - ଫନି

ଆଜି(ମଙ୍ଗଳବାର) ଓଡିଶା ପୋଲିସ ପକ୍ଷରୁ ‘ଫନି’ ସମୟର ତତ୍ପରତାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ର ପ୍ରଦର୍ଶନ କରାଯାଇଛି । ଅନ୍ୟ ରାଜ୍ୟ ପୋଲିସ ମଧ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଶୈଳୀକୁ ଆପଣାଇ ପାରିବେ ବୋଲି ଡିଜିପି ଆର.ପି ଶର୍ମା କହିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 9, 2019, 3:53 PM IST

ଭୁବନେଶ୍ବର: ‘ଫନି’ ବାତ୍ୟାର କରୁଣ ପରିସ୍ଥିତିକୁ କିଭଳି ସାମ୍ନା କରାଗଲା । ତାହାର ସମସ୍ତ ଦୃଶ୍ୟକୁ ବାନ୍ଧି ଓଡିଶା ପୋଲିସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ କରାଯାଇଛି । ମଙ୍ଗଳବାର ରାଜ୍ୟ ସଚିବାଳୟରେ ଏହି ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ଐତିହାସିକ ମୁହୁର୍ତ୍ତରେ ଡିଜିପି ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସବୁ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଦୁଇଟି ଭାଗ ଫିଲ୍ମଟି ପ୍ରସ୍ତୁତ ହୋଇଛି । ଗୋଟିଏ ୩ ତିନି ମିନିଟ୍ ରହିଥିବା ବେଳେ ଅନ୍ୟ ଟି ୧୫ ମିନିଟ ଅବଧିର ରହିଛି । ଏହି ଫିଲ୍ମ କୁ ପୋଲିସ ବିଭାଗର ସମସ୍ତ ଅଫିସିଆଲ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରାଯିବ । ୟୁ-ଟ୍ୟୁବ୍ ,ଟ୍ବିଟର ,ଫେସବୁକ ରେ ମଧ୍ୟ ଏହା ଉପଲବ୍ଧ ହେବ । ଏହା ସହ ବିଭିନ୍ନ ସେଣ୍ଟ୍ରାଲ ଏଜେନ୍ସି କୁ ମଧ୍ୟ ପଠାଯିବ । ଓଡିଶା ପୋଲିସର କାର୍ଯ୍ୟ ଦକ୍ଷତା, କର୍ମକୁଶଳତା, ବିତ୍ପତ୍ତି ସମୟର ତତ୍ପରତା ଏବଂ ଫାଷ୍ଟ ରେସପଣ୍ଡକୁ ଏଥିରେ ଦର୍ଶାଯାଇଛି ।

ଏହି ଡକ୍ୟୁମେଣ୍ଟାରୀ ଫିଲ୍ମରୁ ପ୍ରଭାବିତ ହୋଇ ଅନ୍ୟ ରାଜ୍ୟ ପୋଲିସ ମଧ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଶୈଳୀକୁ ଆପଣାଇ ପାରିବେ ବୋଲି ଡିଜିପି ଆର.ପି ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଓଡିଶା ପୋଲିସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ର ପ୍ରଦର୍ଶନ କରାଯାଇଛି ।ଏହି ସର୍ଟ ଫିଲ୍ମ ନିକଟରେ ହୋଇଥିବା ଫାନି ବାତ୍ୟା ଉପରେ ପର୍ଯ୍ୟବେସିତ ହୋଇଛି ।

Body:ଆଜି ରାଜ୍ୟ ସଚିବାଳୟରେ ଓଡିଶା ପୋଲିସ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ଡିଜିପି ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେଇଛନ୍ତି । ଫିଲ୍ମ ରେ ଦୁଇଟି ଭାଗ କରାଯାଇଛି
ଗୋଟିଏ ଫିଲ୍ମ ୩ ତିନି ମିନିଟ୍ ଅବଧି ରହିଥିବା ବେଳେ ଅନ୍ୟ ଟି ୧୫ ମିନିଟ ଅବଧି ରହିଛି ।

Conclusion:ଏହି ଫିଲ୍ମ କୁ ପୋଲିସ ବିଭାଗର ସମସ୍ତ ଅଫିସିଆଲ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରାଯିବ ।ୟୁ ଟ୍ୟୁବ୍ ,ଟ୍ୟୁଟର ,ଫେସବୁକ ରେ ମଧ୍ୟ ଅପଲୋଡ଼ କରାଯିବ ।ଏହା ସହ ବିଭିନ୍ନ ସେଣ୍ଟ୍ରାଲ ଏଜେନ୍ସି କୁ ମଧ୍ୟ ପଠାଯିବ ।ଏହି ଫିଲି ରେ ମୁଖ୍ୟତଃ ବାତ୍ୟା ଫନି ସମୟରେ ଓଡିଶା ପୋଲିସ କିଭଳି ଭାବେ ଫାଷ୍ଟ ରେସପଣ୍ଡର ଭାବେ କର୍ଯ୍ୟ କରିଛି ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ରେ ଦର୍ଶାଯାଇଛି ।ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖି ଅନ୍ୟ ରାଜ୍ୟ ପୋଲିସ ମାନେ ପ୍ରାକୃତିକ ଦୁର୍ବିପାକ ସମୟରେ କାର୍ଯ୍ୟ ରେ ଲଗାଇ ପାରିବେ ବୋଲି ଡିଜିପି ଆର.ପି ଶର୍ମା କହିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.