ETV Bharat / state

ଆହୁରି ବଢିବ ତାତି

ରାଜଧାନୀରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ବଢିବାର ଆଶଙ୍କା କରାଯାଇଛି । ପାରଦ ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

author img

By

Published : Mar 12, 2019, 12:00 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଭୁବନେଶ୍ବର: ବଢୁଛି ପାରା । ଭାଙ୍ଗୁଛି ତାତିର ରେକର୍ଡ । ମାର୍ଚ୍ଚରୁ ହିଁ ଅସହ୍ୟ ହେଲାଣି ଗରମ । ଆସନ୍ତା 2ଦିନରେ ମଧ୍ୟରେ 2ରୁ 3 ଡିଗ୍ରୀ ପାରଦ ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ରାଜଧାନୀରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ବଢିବାର ଆଶଙ୍କା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା 37 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ତାଳଚେରରେ 38 ଡିଗ୍ରୀ ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ, ଆସନ୍ତା 13, 14ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡା, ସୋନପୁର, ସମ୍ବଲପୁର, ନୂଆପଡାରେ କାଳବୈଶାଖୀ ସହ ଘଡଘଡିର ସମ୍ଭାବନା ରହୁଥିବାର ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ମଧ୍ୟ ପଡିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.