ETV Bharat / state

ଓଡିଶାରେ କେରଳ ମଡେଲ, ଶସ୍ତା ହେବ ସୁଧହାର

ଫନି ପରବର୍ତ୍ତୀ ଆର୍ଥିକ ସ୍ଥିତି ପରଖିଛି କେନ୍ଦ୍ର ଓ ରାଜ୍ୟ ଅର୍ଥବିଭାଗ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ ଆଲୋଚନା କରି ନୂଆ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଅର୍ଥସଚିବ ।

author img

By

Published : May 16, 2019, 6:53 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପରବର୍ତ୍ତୀ କ୍ଷୟକ୍ଷତି ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ । ଏଥିଲାଗି ଗଠନ ହେବ ଟାସ୍କଫୋର୍ସ । ସିମ୍ପୁଲ ଆପ୍ଲିକେସନ ଫର୍ମରେ କରାଯିବ ଇନସ୍ୟୁରାନ୍ସ କ୍ଲେମ । ବୀମା ଆବେଦନର ହେବ ତୁରନ୍ତ ବିଚାର । କୋହଳ ହେବ ସୁଧହାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ମୁଦ୍ରା ଯୋଜନାରେ ବ୍ୟବସାୟୀଙ୍କୁ ଦିଆଯିବ ଋଣ । ଗୁରୁବାର ଭୁବନେଶ୍ବରେ କେନ୍ଦ୍ର ଅତିରିକ୍ତ ଅର୍ଥ ସଚିବଙ୍କ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ କେନ୍ଦ୍ର ଅର୍ଥ ବିଭାଗ ଅତିରିକ୍ତ ସଚିବ ଓ ରାଜ୍ୟ ରାଜ୍ୟ ଅର୍ଥ ପ୍ରମୁଖ ସଚିବ ଏହି ବୈଠରେ ଉପସ୍ଥିତ ସହ ବିଭିନ୍ନ ଦିଗ ପ୍ରତି ସମୀକ୍ଷା କରିଥିଲେ । ପୁରୀ ଛଡା ସମସ୍ତ ବାତ୍ୟା ପ୍ରଭାବିତ ସ୍ଥାନରେ ୯୯% ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ବୀମାଧାରୀଙ୍କ ଆବେଦନକୁ ତୁରନ୍ତ ବିଚାର କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ପରେ ଏନେଇ କେନ୍ଦ୍ର ଅର୍ଥ ବିଭାଗ ଅତିରିକ୍ତ ସଚିବ କହିଛନ୍ତି ।

ଫନି ପରେ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଛି ରାଜ୍ୟ ବ୍ୟାଙ୍କିଂ ସେବା । ଅଧିକ ପରିମାଣରେ କ୍ଷୟକ୍ଷତି ଯୋଗୁଁ ବ୍ୟବସାୟୀଙ୍କ ଠାରୁ ଚାଷୀ ସମସ୍ତଙ୍କ ଆର୍ଥିକ ସଙ୍କଟ ବଢିଛି । ହୋଟେଲ ମାଲିକଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଥିବା ବେଳେ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ଦୋକାନ ଓ ଚାଷୀର ଫସଲ ଛାରଖାର ହୋଇଛି । ସେହିପରି ବହୁ ଜୀବନ ମଧ୍ୟ ଯାଇଛି । ଏସବୁର ସମୀକ୍ଷା କରି କେରଳ ମଡେଲ ଲାଗୁ କରାଯାଇଛି । ଏହା ଅନୁଯାୟୀ, ବୀମା କ୍ଲେମ କରିଥିବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଜଟିଳ ପକ୍ରିୟାର ସମ୍ମୁଖୀନ କରିବାକୁ ପଡିବ ନାହିଁ । ବାତ୍ୟା ଅଞ୍ଚଳରେ କମ୍‌ ଦସ୍ତାବିଜରେ ବ୍ୟାଙ୍କ ଓ ବୀମା ସୁବିଧା ମିଳିବ। ସରକାରୀ ଉଦ୍ୟୋଗର କ୍ଷୟକ୍ଷତି ନେଇ ୧୮୦୦ରୁ ଅଧିକ ଆବେଦନ ହୋଇଛି । ପୁରୀରେ ସନ୍ଧ୍ୟା ସୁଦ୍ଧା ୪୦% ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

fdh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.