ଭୁବନେଶ୍ବର: ଶେଷ ହେଲା ଶପଥ ପାଠ । 5ମ ଥର ଲାଗି ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ବୁଧବାର ୟୁନିଟ 3 ପ୍ରଦର୍ଶନୀ ପଡିଆରେ କିଛି ପୁରୁଣା ଓ ନୂଆ ଟିମ ସହ ପୁଣି ଥରେ ନୂଆ ଓଡ଼ିଶା ଗଠନ କରିବା ନେଇ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ । ଏହି ଟିମରେ ରହିଛନ୍ତି 11 ଜଣ କ୍ୟାବିନେଟ୍ ଓ 9 ଜଣ ରାଷ୍ଟ୍ରମନ୍ତ୍ରୀ । ରାଜ୍ୟପାଳ ଗଣେଣୀ ଲାଲଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ନବୀନ ଓ ତାଙ୍କ ଟିମ ।
ଦୀର୍ଘ 20 ବର୍ଷ ଧରି ଓଡ଼ିଶାବାସୀଙ୍କ ଦୁଃଖସୁଖର ସାଥୀ ହୋଇଛନ୍ତି ନବୀନ ପଟ୍ଟନାୟକ । 1999 ମହାବାତ୍ୟା ଠୁ ଆରମ୍ଭ କରି ଚଳିତ ବର୍ଷର ଫନି ପର୍ଯ୍ୟନ୍ତ ବାରମ୍ବାର ଓଡିଶା ଧ୍ବସ୍ତ ବିଧ୍ବସ୍ତ ହୋଇ ଯାଇଥିଲେ ମଧ୍ୟ ପୁଣିଥରେ ରାଜ୍ୟକୁ ନୂଆକରି ଗଢି ତୋଳିଛନ୍ତି ସେ ।
ଆଉ ଏଥିପାଇଁ ସମଗ୍ର ବିଶ୍ବରୁ ପ୍ରଶଂସା ସାଉଣ୍ଟିଛନ୍ତି ନବୀନ । ସେହିପରି ନିଜର କାର୍ଯ୍ୟଶୈଳୀ ଓ ଦକ୍ଷତା ପାଇଁ ଶ୍ରେଷ୍ଠ ପ୍ରଶାସନିକ ଓ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନବୀନ ।
କ୍ୟାବିନେଟ୍ ପାହ୍ୟା:
ରଣେନ୍ଦ୍ର ପ୍ରତାପ ସ୍ବାଇଁ , ଆଠଗଡ
ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର
ପ୍ରଫୁଲ୍ଲ ମଲ୍ଲିକ, କାମାକ୍ଷାନଗର)
ନିରଞ୍ଜନ ପୂଜାରୀ, ସୋନପୁର
ପଦ୍ମନାଭ ବେହେରା , ବୀର ମହାରାଜପୁର
ପ୍ରତାପ ଜେନା , ମାହାଙ୍ଗା
ଅରୁଣ ସାହୁ , ନୟାଗଡ
ସୁଦାମ ମାରାଣ୍ଡି , ବାଙ୍ଗିରିପୋଷି
ସୁଶାନ୍ତ ସିଂ, ଭଟଲି
ନବ କିଶୋର ଦାସ , ଝାରସୁଗୁଡା
ଟୁକୁନି ସାହୁ , ଟିଟିଲାଗଡ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା:
ଅଶୋକ ପଣ୍ଡା , ଭୁବନେଶ୍ବର ଏକାମ୍ର
ସମୀର ରଞ୍ଜନ ଦାଶ, ନିମାପଡା
ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସିମୁଳିଆ
ଦିବ୍ୟଶଙ୍କର ମିଶ୍ର, ଜୁନାଗଡ
ପ୍ରେମାନନ୍ଦ ନାୟକ, ତେଲକୋଇ
ରଘୁନନ୍ଦନ ଦାସ, ଏରସମା ବାଲିକୁଦା)
ପଦ୍ମିନୀ ଦିଆନ (କୋଟପାଡ),
ତୁଷାରକାନ୍ତି ବେହେରା (କାକଟପୁର)
ଓ ଜଗନ୍ନାଥ ସାରକା (ବିଷମ କଟକ)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ