ETV Bharat / state

ବାହାରିଲା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି - Bbsr

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଓଡିଶାର ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 19, 2019, 3:17 PM IST

ଭୁବନେଶ୍ବର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। 26 ମାର୍ଚ୍ଚ ନାମାଙ୍କନର ଶେଷ ତାରିଖ ରହିଛି। 27ରେ ଯାଞ୍ଚ, 29ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ।

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀରେ ମାଓ ଭୟ ରହିଛି। ଯେଉଁଥି ପାଇଁ କିଛିଟା ପରିବର୍ତ୍ତନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ମତଦାନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର, ଭଟଲି, ସୁନ୍ଦରଗଡ଼ର ରଘୁନାଥପଲ୍ଲୀ, ବଣାଇ, ବଲାଙ୍ଗୀରର ସଂସଦୀୟ କ୍ଷେତ୍ର ପାଟଣାଗଡ଼, କଣ୍ଟାବାଞ୍ଜି, କନ୍ଧମାଳର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୀଘ୍ର ନିର୍ବାଚନ ସାରିବାକୁ ନିଷ୍ପତ୍ତି ହୋଇଛି । ଏହି ସ୍ଥାନଗୁଡିକରେ ଅପରାହ୍ଣ 4ଟା ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବା। ଅନ୍ୟତ୍ର ସନ୍ଧ୍ୟା 6ଟା ଯାଏ ମତଦାନ କରିପାରିବେ ଭୋଟର।

ଭୁବନେଶ୍ବର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ସ୍ଲଗ- ସ୍ବାଧୀନତା ସଂଗ୍ରାମୀ ମହେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 17/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହେନ୍ଦ୍ରନାଥ ମହାନ୍ତିଙ୍କ 99 ବର୍ଷ ବୟସରେ ପରଲୋକ ହୋଇଛି। ସିମୁଳିଆ ମାତୃପୁରମ ଭଗିଆ ଅଂଚଳର  ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ମହାନ୍ତିଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଶ୍ରୀ ମହାନ୍ତି ଦୁଇ ମାସ ଧରି ଅସୁସ୍ଥ ଥିଲେ। ଶନିବାର ଦିନ ଶ୍ରୀ ମହାନ୍ତିଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲ କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ, 1920ମସିହାରେ ଶ୍ରୀ ମହାନ୍ତି ଭଦ୍ରକ ଜିଲ୍ଲା ନରିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ମହାନ୍ତି ଭଦ୍ରକ ସରକାରୀ ସ୍କୁଲରେ ପଡୁଥିବା ସମୟରେ ଡ଼,ହରେକୃଷ୍ଣ ମହତାବ ଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ବ୍ରହ୍ମପୁର କାରାଗାରରେ ୩ମାସ୧୩ଦିନ ରହିଥିଲେ । ପରେ ଧରିତ୍ରୀ ଖବରକାଗଜ ର ପ୍ରତିଷ୍ଠାତା ସ୍ୱର୍ଗତ ଦେବେନ୍ଦ୍ର ଶତପଥୀ ଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଯୋଗ ସାଧନାରେ ବ୍ରତୀ ଥିଲେ । ଭାରତ ସରକାର, ରାଜ୍ୟପାଳ, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାପାଳ ଙ୍କ ଦ୍ୱାରା ବହୁବାର ସମ୍ମାନିତ ହୋଇଥିବାବେଳେ ବହୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.