ଭୁବନେଶ୍ବର: ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି ଏକ ଡ୍ରେନ୍ରୁନବଜାତ ଶିଶୁପୁତ୍ର ଉଦ୍ଧାର ହେବା ଘଟଣା । ଚାଇଲ୍ଡ ଲାଇନ ପକ୍ଷରୁ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଶିବମନ୍ଦିର ନିକଟ ଡ୍ରେନରୁନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
ସୂଚନାଥାଉକି, ନବଜାତ ଶିଶୁର ସ୍ବାସ୍ଥ୍ଯରେ ଅବନତି ଘଟିବାରୁ ଚିକିତ୍ସା ନିମନ୍ତେ କ୍ଯାପିଟାଲହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁଟିର ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ଯା ଉପୁଜିଥିଲା । ତେବେ କ୍ଯାପିଟାଲ ହସ୍ପିଟାଲରେ ଭେଣ୍ଟିଲେଟର ସୁବିଧା ନଥିବା ଯୋଗୁଁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି।
ଶିଶୁପୁତ୍ରଟି କାହାର ଓ କିଏ ସେଠାରେ ପକେଇଛି ସେନେଇ ସ୍ଥାନୀୟ ପୋଲିସ ଯାଞ୍ଚ କରୁଛି।
ଭୁବନେଶ୍ବରରୁ ତାପସ କୁମାର ପରିଡା,ଇଟିଭି ଭାରତ