ETV Bharat / state

ବିଜେଡିରେ ମିଶିଲେ ନଳିନୀ - politics news

ଆଗରୁ ନଳିନୀଙ୍କର ବିଜେଡି ପୋଷ୍ଟରରେ ଫଟୋ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତାଙ୍କର ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ନିକଟରେ ସେ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିଲେ ।

ଫାଇଲ ଫଟୋ
author img

By

Published : Mar 8, 2019, 2:08 PM IST

ଭୁବନେଶ୍ବର: ପୂର୍ବତନ ପ୍ରଶାସକ ତଥା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ବିଧିବଦ୍ଧ ଭାବେ ରାଜନୈତିକ ଜଗତରେ ପାଦ ଥାପିଛନ୍ତି । ସେ ଶାସକ ଦଳ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ସେ ଦଳରେ ମିଶିଛନ୍ତି ।

ପୂର୍ବରୁ ଆଜି ପୂର୍ବାହ୍ନ 11ଟାରେ ସେ ଦଳରେ ମିଶିବା ନେଇ ସୂଚନା ରହିଥିଲା । ଆଗରୁ ନଳିନୀଙ୍କର ବିଜେଡି ପୋଷ୍ଟରରେ ଫଟୋ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତାଙ୍କର ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ନିକଟରେ ସେ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିଲେ ।

ଇସ୍ତଫା ଘଟଣା, ତାଙ୍କର ରାଜନୀତିରେ ମିଶିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ତେବେ ଆଜି ବିଜେଡିରେ ମିଶିବା ପରେ ଏହା ସ୍ପଷ୍ଟ ହୋଇଛି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ଭୁବନେଶ୍ୱର:ଉଚ୍ଚ ଶିକ୍ଷା ପଢୁଥିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର।ଆଉ ପୁରୁଣାକାଳିଆ  ଶ୍ରେଣୀ କକ୍ଷରେ ବ୍ଲାକ ବୋର୍ଡ,ଡ଼ଷ୍ଟାର ମାଧ୍ୟମରେ ପଢ଼ାଯିବା ନାହିଁ।ଏଣିକି ସ୍ମାର୍ଟ କ୍ଲାସ ରେ ପଢିବେ ପିଲା।ଯେଉଁଠି ଡେସ୍କ ଟପ,କ୍ୟାମେରା,ମାଇକ୍ରୋ ଫୋନ,ପ୍ରୋଜେକ୍ଟର ଆଦି ଲାଗିବା ସହିତ ପିଲାମାନଙ୍କୁ କୌଣସି ବିଷୟ ସମ୍ବନ୍ଧରେ ଭରଚୁଆଲ କ୍ଲାସ ଜରିଆରେ ବୁଝାଯିବ।ଯାହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗ୍ରହଣ କରିବାମାନ ରେ ପରିବର୍ତ୍ତନ ଆସିପାରିବ।ସେଥିପାଇଁ ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଭାରତ ସରକାରଙ୍କ ପରିଚାଳିତ ଟିସିଆଇଏଲ ମଧ୍ୟରେ ଏକ ରାଜିନାମ ସ୍ବାକ୍ଷରିତ ହୋଇଛି।ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ 101 ସରକାରୀ ଓ ବେସରକାରୀ କଲେଜର 135ଟି କ୍ଲାସ ରୁମ କୁ ଏଥିରେ ଯୋଡ଼ା ଯିବାର ଲକ୍ଷ୍ୟ ରହିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି।

ସେହିପରି ଉଚ୍ଚଶିକ୍ଷା  ବିଭାଗ ଏବଂ ଦିଲ୍ଲୀରେ ଶିକ୍ଷା ସହିତ ଜଡିତ ଘରୋଇ କମ୍ପାନୀ ଧେୟ ସହିତ ଏକ ରାଜିନାମ ସ୍ବାକ୍ଷରିତ ହୋଇଛି।ଯାହା ମାଧ୍ୟମରେ ବିଭିନ୍ନ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟ ବାହାରକୁ ଯାଉଥିବା ପିଲା ମାନେ ନିଜ ରାଜ୍ୟରେ ରହି ତାହାକୁ ହାସଲ କରି ପାରିବେ।ଏଥିପାଇଁ ସରକାର ବିଭିନ୍ନ ସ୍କିମ ମାଧ୍ୟମରେ ସହାୟତା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।ଏତଦଭିନ୍ନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାନଙ୍କରେ ସ୍ନାତକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକକ ପାଠ୍ୟକ୍ରମ କୁ ମଧ୍ୟ ଉନ୍ମୋଚିତ କରାଯାଇଛି।
   ସ୍ଥାନୀୟ ଗୀତଗୋବିନ୍ଦ ସଦନ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ ଏହି ସବୁ ପଦକ୍ଷେପ ଆଗାମୀ ଦିନରେ ଆମ ଯୁବ ପିଢିଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା ପୋଷଣ କରିଛନ୍ତି।ଏହି ଅବସରରେ ବିଭାଗୀୟ ସାଶନ ସଚିବ ବିଷ୍ଣୁପଦ ସେଠି,ଟିଆଇସିଏଲର ଗ୍ରୁପ ମ୍ୟାନେଜର ରାଜୀବ ସାହାଣୀ,ଧେୟ ଗ୍ରୁପର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର କମରୁଲ ହକ ଖାନ, ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା କମିଟିର ଉପାଧ୍ୟକ୍ଷ ଅଶୋକ ଦାସ,ଅତିରିକ୍ତ ସାଶନ ସଚିବ ପାର୍ଥ ସାରଥୀ ମିଶ୍ର ଓ କୃପାସିନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Laxmikanta das
Bhubaneswar
Visual already sent by mojo
Avb 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.