ETV Bharat / state

ଆସୁଛନ୍ତି ମୋଦି...

ଆସୁଛନ୍ତି ମୋଦି । ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ସାଧାରଣ ସଭାରେ ସାମିଲ ହେବେ । ଉଭୟ ବିଜେଡି ଓ କଂଗ୍ରେସ ଉପରେ ଏଥର ବି ଜୋରଦାର ବର୍ଷିପାରନ୍ତି ପ୍ରଧାନମନ୍ତ୍ରୀ ।

author img

By

Published : Apr 6, 2019, 8:55 AM IST

Updated : Apr 6, 2019, 9:54 AM IST

ଫାଇଲ ଫଟୋ

ସୁବର୍ଣ୍ଣପୁର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁରରେ ଦଳୀୟ ସମାବେଶରେ ସାମିଲ ହେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଚଳଚଞ୍ଚଳ ବିଜେପି ଶିବିର । ମୋଦିଙ୍କୁ ସ୍ବାଗତ ପାଇଁ ତୟାର କର୍ମକର୍ତ୍ତା । ଉଭୟ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ 8.45ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିବେ ପ୍ରଧାନମନ୍ତ୍ରୀ । 10.25ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବେ । 10.30ରେ ପୂର୍ବ ପ୍ରସ୍ତୁତ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯିବେ । 10.55ରେ ସୁନ୍ଦରଗଡ କିରେଇ ନିକଟସ୍ଥ ରୁପିଡିହି ଛତାବର ପଡିଆରେ ଓହ୍ଲାଇବେ । ଦିନ 11ଟାରେ ସେଠାରେ ଆୟୋଜିତ ଦଳୀୟ ସଭାରେ ସାମିଲ ହେବେ ମୋଦି ।

ଅଧିକ ପଢନ୍ତୁ: ଏଥର ହକ ପାଇଁ ହେବ ଲଢେଇ: ପ୍ରଦୀପ ସାହୁ

ସେହିପରି 12.55ରେ ସମୟରେ ସୋନପୁର ଷ୍ଟାଡିୟମ ନିକଟସ୍ଥ ରୋଗୀଡେରାରେ ପ୍ରଧାନମନ୍ତ୍ରୀଙ୍କ ହେଲିକେପ୍ଟର ଅବତରଣ କରିବ । ଅପରାହ୍ଣ 1ଟାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ବୋଲି ଜଣାପଡିଛି । ଆଉ ମୋଦିଙ୍କ ଗସ୍ତକୁ ନେଇ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି । ଦୀର୍ଘ 28 ବର୍ଷପରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ମାଟିରେ ସ୍ବାଗତ କରିବେ ସୁବର୍ଣ୍ଣପୁରବାସୀ । ଉଭୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Intro:Body:

blank 

Conclusion:
Last Updated : Apr 6, 2019, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.