ETV Bharat / state

ମହାରଥୀଙ୍କୁ ଭାରି ବାଧିଛି ମନ୍ତ୍ରୀଙ୍କ କଥା: ଉପାସ ଥିବା କହିଲେ, କଟାକ୍ଷ କଲେ ପ୍ରମିଳା - ମନ୍ତ୍ରୀ ନିରଞ୍ଜନ ପୂଜାରୀ

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆରୋପରେ ଭାବ ପ୍ରବଣ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ଦୀର୍ଘ 40 ବର୍ଷର ରାଜନୈତିକ କ୍ୟାରିୟରେ ଏପରି ବ୍ୟବହାର କରାଯାଇନଥିବା ସେ କହିଛନ୍ତି । ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଥିବା କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jul 18, 2019, 4:03 PM IST

ଭୁବନେଶ୍ୱର: ଗୃହରେ ଭାବପ୍ରବଣ ହେଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ । ଯାତ୍ରା ମହାରଥୀଙ୍କ ଭାବପ୍ରବଣତା ପୁରା ଗୃହର ଦୃଷ୍ଟି ଆକର୍ଷଣ କରିଥିଲା । ଗତକାଲି ପ୍ରଶ୍ନକାଳରେ ଉଦ୍ଦେଶ୍ୟ ମୂଳକ ଭାବେ ସମାଲୋଚନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯାହା ଖୁବ ବାଧିଛି ମହାରଥୀଙ୍କୁ । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, କାଲିଠାରୁ ଓପାସ ଅଛନ୍ତି । ଏନେଇ କ୍ଷୋଭ ପ୍ରକାଶ କରିବା ସହ 40 ବର୍ଷର ରାଜନୈତିକ କ୍ୟାରିୟରେ ଏପରି ବ୍ୟବହାର କରାଯାଇନଥିବା ସେ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ଗୃହରେ ଶୀତଳ ଭଣ୍ଡାର ଓ ଆଳୁ ମିଶନ ମହାରଥୀଙ୍କ ସମୟରେ ଫେଲ୍‌ ହୋଇଥିବା କହିଥିଲେ ନିରଞ୍ଜନ ପୂଜାରୀ । ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାରବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ।

ଏହା ଭୁଲ ତଥ୍ୟ । ମହାରଥୀ କହିଛନ୍ତି ସେ ଆସିବା ବେଳେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରେ ଥିଲା । ହେଲେ ତାହା ଏବେ ୪୮କୁ ବୃଦ୍ଧି ପାଇଛି । ତାଙ୍କ ସମୟରେ ରାଜ୍ୟକୁ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି ବୋଲି ମହାରଥୀ ଦୋହରାଇଛନ୍ତି ଏହାସହ ଅଳୁ ମିଶନ ଓ ଶୀତଳ ଭଣ୍ଡାର ମାମଲାରେ ନିଜ ପକ୍ଷ ମଧ୍ୟ ରଖିଛନ୍ତି । ମନ୍ତ୍ରୀଙ୍କ ଆକ୍ଷେପକୁ ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଏପଟେ ମହାରଥୀ ଓ ନିରଞ୍ଜନଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମହାରଥୀଙ୍କ କହିବା ଷ୍ଟାଇଲ୍ ସେହିଭଳି ବୋଲି ସେ କହିଛନ୍ତି । ଯାତ୍ରା ପାର୍ଟି ଡାଇଲଗ୍ ଭଳି ତାଙ୍କ କଥା ବୋଲି ସେ କହିଛନ୍ତି । ସେ ଜଣେ ଡାଇବେଟିସ୍ ରୋଗୀ କାଲିଠୁ ନ ଖାଇ କେମିତି ବିଧାନସଭା ଆସିଛନ୍ତି କଟାକ୍ଷ ଛଳରେ କହିଛନ୍ତି ।

ପ୍ରମିଳାଙ୍କ ବୟାନ ପରେ ସେ କେବେଠୁ ଡାକ୍ତରାଣୀ ହେଲେ ବୋଲି ପ୍ରଶ୍ନ କଲେ ମହାରଥୀ । ଏହାସହ ମୋ ମୁହଁ କେହି ବନ୍ଦ କରିପାରିବେନି, ୪୦ ବର୍ଷ ହେଲା କହୁଛି ବୋଲି ଶାଣିତ ସ୍ବରରେ କହିଛନ୍ତି । ଶେଷରେ ପ୍ରମିଳା ବଡ ଭଉଣୀ କହି ସମସ୍ତ ପ୍ରଶ୍ନକୁ ଏଡାଇଦେଇଛନ୍ତି ମହାରଥୀ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଗୃହରେ ଭାବପ୍ରବଣ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ଯାତ୍ରା ମହାରଥୀଙ୍କ ଭାବପ୍ରବଣତା ପୁରା ଗୃହର ଦୃଷ୍ଟି ଆକର୍ଷଣ କରିଥିଲା। କାଲି ପ୍ରଶ୍ନକାଳରେ ଉଦ୍ଦେଶ୍ୟ ମୂଳକ ଭାବେ ସମାଲୋଚନା କରିଥିଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ଏହାର ପ୍ରଭାବ ଆଜି ଗୃହରେ ଦେଖିବାକୁ ମିଳିଥିଲା। Body:ଶୁନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, କାଲିଠୁ ଖାଇନି। ମହାରଥୀଙ୍କ ପାଟି ଚୁପ କରି କାହାକୁ ଖୁସି କଲେ ମୋର କିଛି କହିବାର ନାହିଁ। ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି। ସେ ଲୋଭ ଦେଖାଅ ନାହିଁ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୋତେ ଉଦ୍ଦେଶ୍ୟ ମୂଳକ ଭାବେ ଆକ୍ଷେପ କରିଛନ୍ତି। ଗୃହର ବିବାରଣୀରୁ ଏହା ବାଡ଼଼ ଦିଆଯାଉ ବୋଲି ମହାରଥୀ କହିଛନ୍ତି। ଗତକାଲି ଏହି
ପୂର୍ବତନ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ ମନ୍ତ୍ରୀ ନିରଂଜନ ପୂଜାରୀ। ହାତ ଯୋଡି ଅନୁରୋଧ କଲେ, ଗୃହରେ କ୍ଷୋଭ ପ୍ରକାଶ କଲେ । ଭାବପ୍ରବଣ ହୋଇ ଏହା କହିଲେ ମହାରଥୀ। ଜୀବନର 40 ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଏହା ଜୀବନର ସବୁଠୁ ବଡ ଦୁଃଖ। ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, 128ଟି ଶୀତଳ ଭଣ୍ଡାର ମଧ୍ୟରୁ 48କୁ ଖସି ଆସିଥିଲା। କିନ୍ତୁ ସେ ଜାଣି ନାହାଁନ୍ତି 24ରୁ 48ଟି ମୋ ସମୟରେ ହୋଇଥିଲା। 4 ଥର କୃଷି କର୍ମାଣ ପୁରସ୍କାର ମୋ ମନ୍ତ୍ରୀ ସମୟରେ ମିଳିଥିଲା। ମନ୍ତ୍ରୀ ଜେର୍ଲ ବୋଲି ଯାହା କହିଲେ ସହିବି ନାହିଁ। କାହାକୁ ଆକ୍ଷେପ କରି ଯଦି ଆପାନ ଗୃହ ଚଳାଇବାକୁ ଚାହୁଁଛନ୍ତି ତେବେ କରନ୍ତୁ। ହେଲେ ମହାରଥୀ ପାଟି ଚୁପ କରି ପାରିବେ ନାହିଁ।
ବାଇଟ ପ୍ରଦୀପ ମହାରଥୀ, ବିଜେଡି ବିଧାୟକConclusion:ପରେ ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଉଭୟ ମନ୍ତ୍ରୀ ଙ୍କୁ ଡାକି ଆଲୋଚନା କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.