ETV Bharat / state

ଖଣି ଖାଦାନରେ ଏସଟିଏଫ, ୩ ମାଫିଆ ଗିରଫ - stf

ଖୋର୍ଦ୍ଧା ପରେ ଏବେ ଟାଙ୍ଗୀ ପାଳି । ଖଣି ଖାଦାନରେ ଏସଟିଏଫର ଚଢାଉ । 3 ଖଣି ମାଫିଆ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 1, 2019, 6:58 PM IST

Updated : Jul 1, 2019, 7:05 PM IST

ଭୁବନେଶ୍ବର: ଖୋର୍ଦ୍ଧା ପରେ ଏବେ ଟାଙ୍ଗୀ ଖଣି ଖାଦାନରେ ଏସଟିଏଫ ଟିମ । ବେଆଇନ ଖଣି ଖନନ ନେଇ ଟାଙ୍ଗୀ ତହସିଲ ଅନ୍ତର୍ଭୁକ୍ତ ବଳରାମପୁର ପଥର ଖାଦାନରେ ଅଚାନକ ଚଢାଉ କରିଛନ୍ତି ଏସଟିଏଫ ଇନସ୍ପେକଟର ଆଲୋକ ଜେନାଙ୍କ ଟିମ । ଚଢାଉ ବେଳେ ତିନି ଜଣ ଖଣି ମାଫିଆଙ୍କୁ ଗିରଫ କରିଛି ଟିମ ।

ଗିରଫ ଖଣି ମାଫିଆମାନେ ହେଲେ ନୟାଗଡର ଶ୍ୟାମାବନ୍ଧୁ ଡାକୁଆ, ମାନସ ରଞ୍ଜନ ପ୍ରଧାନ, ଖୋର୍ଦ୍ଧା ଜଙ୍କିଆର ମୁକୁନ୍ଦ ଖଣ୍ଡାୟତ ରାୟ । ଖାଲି ସେତିକି ନୁହେଁ ସେଠାରୁ ବେଆଇନ ଖଣି ଖାଦାନରେ ବ୍ୟବହାର ହେଉଥିବା କ୍ରସର ଫିଟେଡ ଟ୍ରାକ୍ଟର ,ପଥର ବୋଝେଇ ଟ୍ରକ, ଅଟୋକଟ ଷ୍ଟାବିଲାଇଜର, ଇଲେକ୍ଟ୍ରିକ ୱେୟାର, ହାମର , ଜ୍ଯାକ, ଡ୍ରିଲର, ଡିଜେଲ କମ୍ପ୍ରେସର ଆଦି ଜବତ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଟାଙ୍ଗୀ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ଆଇପିସିର ଧାରା ୩୭୯, ୪୪୭, ୩୪, ଆର୍ମସ ଆକ୍ଟ ୨୫,୨୭, ଇଣ୍ଡିଆନ ଏତ୍ସପ୍ଲୋସିଭ ଆକ୍ଟ ୩,୪,୫ରେ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାପଙ୍ଗ ଖଣିରେ ଚଢାଉ ବେଳେ ଜଣେ ଖଣି ମାଫିଆକୁ ଗିରଫ କରିଥିଲା ଟିମ । ଆଗକୁ ମଧ୍ୟ ଖଣି ମାଫିଆଙ୍କ ଗିରଫଦାରି ବଢିପାରେ ବୋଲି ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖୋର୍ଦା ପରେ ଟାଙ୍ଗି ଖଣି ଖାଦାନରେ ଏସଟିଏଫ ଚଢାଉ,୩ଖଣିମାଫିଆ ଗିରଫ
Body:
ଖୋର୍ଦା ପରେ ଏବେ ଟାଙ୍ଗି ଖଣି ଖାଦାନ ଅଂଚଳ ରେ ଏସଟିଏଫ ଟିମ। ବେଆଇନ ଖଣି ଖନନ ନେଇ ଟାଙ୍ଗି ତହସିଲ ଅନ୍ତର୍ଭୁକ୍ତ ବଳରାମପୁର ପଥର ଖାଦାନରେ ଅଚାନକ ଚଢାଉ କରିଛନ୍ତି ଏସଟିଏଫ ଇନସ୍ପେକଟର ଆଲୋକ ଜେନାଙ୍କ ଟିମ। ଚଢାଉ ବେଳେ ତିନି ଜଣ ଖଣି ମାଫିଆଙ୍କୁ ଗିରଫ କରିଛି ଟିମ। ସେମାନେ ହେଲେ ନୟାଗଡର ଶ୍ଯାମାବନ୍ଧୁ ଡାକୁଆ,ମାନସ ରଂଜନ ପ୍ରଧାନ।ଖୋର୍ଦା ଜଙ୍କିଆରମୁକୁନ୍ଦ ଖଣ୍ଡାୟତରାୟ କୁ ଗିରଫ କରାଯାଇଛି, । ଗିରଫ ପରେ ସେଠାରୁ ବେଆଇନ ଖଣି ଖାଦାନରେ ବ୍ଯବହାର ହେଉଥିବା କ୍ରସର ଫିଟେଡ ଟ୍ରାକ୍ଟର ,ପଥର ବୋଝେଇ ଟ୍ରକ,ଅଟୋକଟ ଷ୍ଟାବଲାଇଜର,ଇଲେକ୍ଟ୍ରିକ ୱେୟାର,ହାମର ,ଜ୍ଯାକ,ଡ୍ରିଲର, ଡିଜେଲ କମ୍ପ୍ରେସର ଆଦି ଜବତ କରାଯାଇଛି । ତେବେ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ଟାଙ୍ଗି ଜେଏମଏଫସି କୋର୍ଟରେ ହାଜର କରାଯାଇଛି।ଆପିସିର ଧାରା ୩୭୯,୪୪୭,୩୪,ଆର୍ମସ ଆକ୍ଟ ୨୫,୨୭,ଇଣ୍ଡିଆନ ଏତ୍ସପ୍ଲୋସିଭ ଆକ୍ଟ ୩,୪,୫ରେ କୋର୍ଟ ଚାଲାଣ କରାଯାଇଛି।
ତେବେ ପୁର୍ବରୁ ଖୋର୍ଦା ତହସିଲ ଅଂଚଳରେ ତାପଙ୍ଗ ଖଣିରେ ଚଢାଉ ବେଳେ ଜଣେ ଖଣିମାଫିଆଙ୍କୁ ଗିରଫ କରିଥିଲା ଟିମ।ତେବେ ଏଥର ଟାଙ୍ଗି ତହସିଲ ଅଂଚଳରେ ଥିବା ବଳରାମପୁର ପଥର ଖାଦାନରେ ରେଡ କରିଥିଲା ଏସଟିଏଫ ଟିମ । ତେବେ ଏନେଇ ଖଣିମାଫିଆଙ୍କ ଗିରଫଦାରି ବଢିପାରେ ବୋଲି ସୁଚନା ମିଳିଛି।
Conclusion:
Last Updated : Jul 1, 2019, 7:05 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.