ETV Bharat / state

'ଲୁଣି ପାଣିରେ ଫୁଟିବ ପଦ୍ମ' - ଭୁବନେଶ୍ବର

ପଦ୍ମ ଧରିବେ ବରିଷ୍ଠ ନେତା ଦାମ ରାଉତ । ଲୁଣି ପାରିବେ ପଦ୍ମ ଫୁଟାଇବାର କଳା ଦାମଙ୍କୁ ବେଶ ଜଣା ବୋଲି କହିଛନ୍ତି ଦାମୋଦର ରାଉତ । ଯଦିଓ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି ତଥାପି ନିଜ ସର୍ତ୍ତ ଅନୁଯାୟୀ ଖୁବ ଶୀଘ୍ର ଦଳରେ ଯୋଗ ଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 10, 2019, 7:49 PM IST

ଭୁବନେଶ୍ବର: ଲୁଣି ପାଣିରେ ବି ଫୁଟିପାରେ ପଦ୍ମ । ଆଉ ପଦ୍ମ ଫୁଟାଇବେ ବରିଷ୍ଠ ନେତା ଦାମ ରାଉତ । ଲୁଣି ପାଣିକୁ କିଭଳି ମଧୁର ପାଣି କରି ସେ କଳା ଦାମଙ୍କୁ ବେଶ ଜଣା ବୋଲି ଖୋଦ ଦାମୋଦର ରାଉତ କହିଛନ୍ତି । ସେ ଏନେଇ ବିଜେପି ନେତାଙ୍କ ସହ ଆଲୋଚନା କରି ସାରିଥିବା ବେଳେ ଏବେ ବି ତାଙ୍କର କିଛି ସର୍ତ୍ତ ରଖିଛନ୍ତି । ତାହା ପୂରଣ ହେଲେ ସେ ନିଶ୍ଚୟ ନିଜ ନିର୍ବାଚନୀ ମଣ୍ଡଳୀରେ ପଦ୍ମ ଫୁଟାଇବେ ।

ତେବେ ଏଥିରୁ ସ୍ପଷ୍ଟ ହେଉଛି ବିଜେପିର ମିଶ୍ରଣ ପର୍ବରେ ଦାମ ଏଥର ପଦ୍ମ ଧରିବେ । ଭଷ୍ଟ୍ରାଚାରୀ ଓ ଦୁର୍ନୀତିଗ୍ରସ୍ତ ନବୀନ ସରକାରଙ୍କୁ ଯିଏ ହଟାଇବାକୁ ତଥା ସଣ୍ଡୁଆସି ଆକ୍ରମଣ କରିବ ତାକୁ ସମର୍ଥନ କରିବେ ବୋଲି ଦାମ କହିଛନ୍ତି । ତେଣୁ ବିଜେପିରେ ଯୋଗ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କନକବର୍ଦ୍ଧନ ସିଂଦେଓଙ୍କ ସହ ସେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ଦାମ ବିଜେପିରେ ମିଶିବା ନେଇ ରାଜନୀତିରେ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ କେବେ ଯୋଗ ଦେବେ ସେନେଇ ଆକଳନ କରାଯାଇ ପାରୁନଥିଲା । ତେବେ ଡାକ୍ତର ରାଉତଙ୍କ କଥାରୁ ସ୍ପଷ୍ଟ ହେଉଛି ସେ ବିଜେପିରେ ମିଶିବା ନେଇ କିଛି ପ୍ରସ୍ତାବ ଦଳୀୟ ନେତାମାନଙ୍କୁ ଦେଇଛନ୍ତି ଯାହାର ଉତ୍ତର 5 ଦିନ ଭିତରେ ମିଳିବ ବୋଲି ଆଶା କରିଛନ୍ତି ।

ଏଥିସହ କହିଛନ୍ତି, ବିଜେପି ହେଉ କି କଂଗ୍ରେସ ଯଦି ବିକାଶ ସହ ଦୁର୍ନୀତି ବିରୋଧରେ ଲଢ଼େଇ କରେ ତେବେ ସେ ନିଶ୍ଚୟ ଯୋଗ ଦେବେ । ଆଉ ତାଙ୍କର ଏକ ମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସାନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() 33 ପ୍ରତିଶତ ମହିଳା ସିଟ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା ପରେ ଏହାକୁ ନେଇ ଆପତ୍ତି ଉଠାଇଛି ବିଜେପି। ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସଂରକ୍ଷଣ କେବଳ ଲୋକସଭା ଆସନ ଉପରେ କାହିଁକି, ବିଧାନସଭା ପାଇଁ କାହିଁକି ଲାଗୁ କଲେ ନାହିଁ। ବିଜେଡି ଏକ୍ଷେତ୍ରରେ ଦୋମୁହଁ ନୀତି ଆପଣାଇଥିବା ସେ କହିଛନ୍ତି। ଗୋଟିଏ ପଟେ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଲେ ହେଲେ ବିଲ ପାରିତ କଲେ ନାହିଁ। ସଂସଦରେ ଯେତେବେଳେ ବିଜେପି ଉଠିଥିଲା ସେତେବେଳ ନିରବ ରହିଲେ। ରାଜ୍ୟ ସରକାରଙ୍କ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ହେଉଛନ୍ତି ଜଣେ ପୁରୁଷ। ଜଣେ ମହିଳାଙ୍କୁ ମନ୍ତ୍ରୀ ପଦ ଦେଲେ ନାହିଁ। ପୁରା ମନ୍ତ୍ରିମଣ୍ଡଳରେ ମାତ୍ର ଦୁଇ ଜଣ ମନ୍ତ୍ରୀ ରହିଛନ୍ତି। ଏବେ ନିର୍ବାଚନ ଆସିଥିବାରୁ ମହିଳା କାର୍ଡ ଖେଳି କ୍ଷମତାକୁ ଆସିବାର ବହନ ଦେଖାଉଛନ୍ତ ବୋଲି ସେ କହିଛନ୍ତି।

Body:ନିର୍ବାଚନ ସମୟରେ ନବୀନଙ୍କ ଘୋଷଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.