ETV Bharat / state

କୁକୁଡା ଯନ୍ତାରେ କଲରାପତରିଆ ବାଘ

ରାଜଧାନୀରେ ଥମିଲା ବାଘ ଆତଙ୍କ। ଯନ୍ତାରେ ପଡିଲା କଲରାପତରିଆ ବାଘ। ଦୀର୍ଘ ସମୟ ଧରି ବନ କର୍ମଚାରୀ ଚଳାଇଥିବା ଅପରେସନ ସଫଳ ହୋଇଛି। ରାଜଧାନୀବାସୀଙ୍କୁ ମିଳିଛି ଆଶ୍ୱସ୍ଥି ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 20, 2019, 10:20 AM IST

ଭୁବନେଶ୍ୱର: ସଫଳ ହେଲା ଅପରେସନ। ଶେଷରେ ଧରାପଡିଲା ବାଘ। ଏୟାରପୋର୍ଟ ପାଖ ଜଙ୍ଗଲରୁ ବାଘକୁ ଧରିଛି ବନ ବିଭାଗ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯନ୍ତାରେ ପଡିଛି କଲରାପତରିଆ ବାଘ। ଦୀର୍ଘ ଦୁଇଦିନ ଧରି ବାଘ ଭୟରେ ଜୀବନ ବିତାଉଥିବା ରାଜଧାନୀବାସୀଙ୍କୁ ମିଳିଛି ଆଶ୍ୱସ୍ଥି।

ମଙ୍ଗଳବାର ନନ୍ଦନକାନନର 10ଟି ଟିମ ଦିନ ତମାମ ସର୍ଚ୍ଚ ଅପରେସନରେ ଲାଗିଥିଲେ। ବାଘକୁ ଧରିବା ପାଇଁ ଜୋର ସୋରରେ ଆରମ୍ଭ ହୋଇଥିଲା ଉଦ୍ୟମ। ବିଳମ୍ବିତ ରାତିରେ ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ନିକଟ ଜଙ୍ଗଲରେ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘକୁ ଧରିବା ପାଇଁ ଜଙ୍ଗଲ ଚାରିପଟକୁ ଘେରିଯାଇଥିଲେ ବନ କର୍ମଚାରୀ । ଆଉ ଶେଷରେ କୁକୁଡା ପାଇଁ ଯନ୍ତାରେ ପଡିଥିଲା ବାଘ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଭୁବନେଶ୍ୱର ଏୟାରପୋର୍ଟ ନିକଟ ପଳାସପଲ୍ଲୀ ଅଞ୍ଚଳରେ ଥିବା ଏକ ଘରର ସିସିଟିଭି ଫୁଟେଜରେ ବାଘ ଦେଖିବାକୁ ମିଳିଥିଲା। ଫଳରେ ସେହି ଜଙ୍ଗଲରେ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିଲା। ଆଉ ଏହାପରେ ରାଜଧାନୀରେ ସୃଷ୍ଟି ହୋଇଥିଲା ବାଘ ଆତଙ୍କ। ବାଘକୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ। 3ଟି ଯନ୍ତାରେ କୁକୁଡା, ଛେଳି ଓ ମେଣ୍ଢା ଧରି ଅପରେସନ ଚଳାଇଥିଲେ ବନକର୍ମଚାରୀ।

ଭୁବନେଶ୍ୱରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ସ୍ଲଗ- ନୀଳଗିରିରେ ଭାଲୁ ମୃତ୍ୟୁ ବଢୁଛି। ମାସକରେ ମଲେଣି 4ଭାଲୁ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 19/02/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବୃଦ୍ଧି ପାଉଛି ଭାଲୁଙ୍କ ମୃତ୍ୟୁ ସଂଖ୍ୟା। ଏକମାସ ଭିତରେ ପ୍ରାୟ 4ଟି ଭାଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛରେ ଶିକାରୀଙ୍କ ହାତ ନା ଆଉ କିଛି ରୋଗରେ ଭାଲୁମାନେ ଆକ୍ରାନ୍ତ ହେଉଛନ୍ତି ତାହା ପ୍ରଶ୍ନବାଚୀ।
ଘଟଣାରୁ ପ୍ରକାଶ, କିଛିଦିନ ତଳେ 2ଟି ଭାଲୁର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ଦୁଇ ଭାଲୁର ଗଳିତ ମୃତଦେହ ଠାବ ହୋଇଛି।  ନୀଳଗିରି  ବନବିଭାଗ ଅଧିନସ୍ଥ ଜାମୁଡିହା ଗ୍ରାମ ନିକଟ ଘାଗରା ନଈ କୂଳରେ ଏକ ମାଈ ଭାଲୁର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଅନତି ଦୂରରେ ଅନ୍ୟ ଏକ ଭାଲୁର ଗଳିତ ମୃତ ଦେହକୁ ଗ୍ରାମବାସୀ ଠାବ କରିଛନ୍ତି। ଏହି ଗ୍ରାମ ନିକଟରେ ଥିବା ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଗାଁକୁ ଆସିଥିବା ସୂଚନା ମିଳିଛି। ବନବିଭାଗ ଭାଲୁ ମୃତ୍ୟୁର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.