ETV Bharat / state

ନିର୍ବାଚନ ରେଜଲ୍ଟ: ରାଜଧାନୀରେ ଲାଗିଲା ଏଲଇଡି

ସାରା ଦେଶର ନଜର ନିର୍ବାଚନ ଫଳାଫଳ ଉପରେ । କିଏ ଜିତିବ କିଏ ହାରିବ ସେ ନେଇ ଚାଲିଛି ମାନସମନ୍ଥନ । ତେବେ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଫଳାଫଳ ଜାଣିବାକୁ ବିଜୁ ପଟ୍ଟନାୟକ ପାର୍କରେ ଜନସାଧାରଣଙ୍କ ପାଇଁ ଲାଗିଛି ଏଲଇଡି ।

author img

By

Published : May 23, 2019, 1:06 PM IST

Updated : May 23, 2019, 3:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ସାରା ଦେଶର ନଜର ନିର୍ବାଚନ ଫଳାଫଳ ଉପରେ । କିଏ ଜିତିବ କିଏ ହାରିବ ସେ ନେଇ ଚାଲିଛି ମାନସମନ୍ଥନ । ତେବେ ରାଜ୍ୟରେ ନବୀନ ସରକାର ନିଜର ଦବଦବା ବଜାୟ ରଖିବେ ନା ଏଠାରେ ମୋଦି ହାୱା ବହିବ ତା'ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଭୋଟ ଗଣତି ମଧ୍ୟ ଜାରି ରହିଛି । ନେତା ଓ ପ୍ରାର୍ଥୀଙ୍କ ହାର୍ଟବିଟ ବଢୁଥିବା ବେଳେ ମତଦାତା ନିଜର ନେତା କାହାକୁ ବାଛିଛନ୍ତି ତାହା ଜାଣିବାକୁ ଚାତକ ପରି ଚାହିଁ ବସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ତେବେ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ବିଜୁ ପଟ୍ଟନାୟକ ପାର୍କରେ ଜନସାଧାରଣଙ୍କ ପାଇଁ ଲାଗିଛି ଏଲଇଡି । ରାଜଧାନୀରେ 5 ଟି ସ୍ଥାନରେ ଏଲଇଡି ଟିଭି ଲାଗିଥିବା ବେଳେ ଏଲଇଡି ଲାଗିଥିବା ସ୍ଥାନରେ ପ୍ରାୟ 400 ଲୋତଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲାଇଭ ଅପଡେଟ ସହ ପ୍ରତ୍ୟେକ ଟ୍ରେଣ୍ଡ ଜାଣିବାକୁ ଲୋକମାନେ ଉତ୍କଣ୍ଠାର ସହ ଟାଣ ଖରାରେ ବସିରହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : May 23, 2019, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.