ETV Bharat / state

ଏନସିଇଆରଟି ବହିରେ ଓଡ଼ିଆ ପାଇକର ବୀରତ୍ବର କାହାଣୀ - class viii

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ଦ୍ବାରା 8ମ ଶ୍ରେଣୀର ଇତିହାସରେ ଓଡିଆଙ୍କ ବୀରତ୍ୱର କାହାଣୀ ସ୍ଥାନ ପାଇଛି । ଏଥିରେ ଓଡିଶାର 1817 ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଉଲ୍ଲେଖ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 11, 2019, 6:23 PM IST

Updated : Feb 11, 2019, 6:32 PM IST

ଭୁବନେଶ୍ୱର: ପାଇକମାନଙ୍କ ସାହସ, ବୀରତ୍ବ ଓ ଯୁଦ୍ଧକୌଶଳର ତୁଳନା ନାହିଁ । 1817ରେ ଜଗବନ୍ଧୁଙ୍କ ନେତୃତ୍ବରେ ଆରମ୍ଭ ପାଇକ ବିଦ୍ରୋହ ଭାରତ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ । ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ହୋଇ ଆସୁଥିବା ଏହି ବିଦ୍ରୋହ ଏବେ ପାଠ୍ୟପୁସ୍ତକରେ । ଏହି ପାଠ୍ୟ ପୁସ୍ତକରେ ଓଡିଆଙ୍କ ବୀରତ୍ୱ ଦର୍ଶାଯାଇଛି । ଏଥିସହ ଓଡିଶାର 1817 ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ମଧ୍ୟ ଉଲ୍ଲେଖ କରାଯାଇଛି ।

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ଦ୍ବାରା 8ମ ଶ୍ରେଣୀର ଇତିହାସରେ ଓଡିଆଙ୍କ ବୀରତ୍ୱର କାହାଣୀ ସ୍ଥାନ ପାଇଛି । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ଉଲ୍ଲେଖ ରହିଛି । ଛାତ୍ରଛାତ୍ରୀ ପାଇକ ବିଦ୍ରୋହରେ ଜାଣିବା ସହ ଆମ ଓଡିଆଙ୍କ ବୀରତ୍ୱ ଓ ସାହସିକତାକୁ ବୁଝିପାରିବେ ।

ତେବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବାନୁଯାୟୀ, 2018ରେ ପ୍ରକାଶିତ ପୁସ୍ତକରେ ଓଡିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଉଲ୍ଲେଖ କରାଯାଇଛି । ଏଥିସହ ଦେଶ ବ୍ରିଟିଶ ସରକାରଙ୍କ ଶାସନ ଅବଗତ ରହିବା ନେଇ ଏହି ପୁସ୍ତକରେ ଏହାକୁ ଉପସ୍ଥାପନା କରାଯାଇଛି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ବାରମ୍ବାର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କରିବା ନେଇ ଦାବି କରିଆସିଛନ୍ତି । ତେବେ ପାଇକ ବିଦ୍ରୋହ 200 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ପକ୍ଷରୁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକଟିକେଟ ଜାରି କରାଯାଇଥିଲା ।

undefined

ବରୁଣେଇ ପାଦ ଦେଶରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଜାଗା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଏପରି ହୋଇପାରିଲେ ବକ୍ସି ଜଗବନ୍ଧୁଙ୍କ ପ୍ରତି ପ୍ରକୃତ ସମ୍ମାନ ହୋଇପାରିବ ।

Intro:Body:

ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ଏଏସଆଇ

ବରଗଡ଼: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଲି କୁଅଁର ନିଲମ୍ବିତ କରାଯାଇଛି । ଗତକାଲି ଏ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ପୋଲିସଙ୍କୁ ଗିରଫ କରିବା ସହ ବରଗଡ ଏସପି ମୁକେଶ କୁମାର ଭାମୋ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ସକାଳେ କୈବଲ୍ୟ ନାଗ(ରିକୁ) ତାକୁ ଜୋରଜବରଦସ୍ତ ଉଠାଇ ନେଇଥିଲା । ପରେ ସୋହେଲା ଥାନା ପୋଲିସ ବାବୁ(ଏଏସଆଇ)ଙ୍କ ଥିବା ଏକ ଭଡ଼ା ଘରେ ରଖି ଧର୍ଷଣ କରିଥିଲା । ସନ୍ଧ୍ୟାରେ ପୋଲିସ ବାବୁ ଜଣକ ସେହି ଭଡ଼ା ଘରକୁ ଆସି ନାବାଳିକାଙ୍କୁ ପୋଲିସ ଷ୍ଟାଫ୍ କ୍ଵାର୍ଟରକୁ ଆଣି ରାତିରେ ରଖିଥିଲେ ଏବଂ ସେ ମଧ୍ୟ ତାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ହୋଇଛି |

ଝିଅ ସହ ଦୁଷ୍କର୍ମ ହୋଇଥିବାର ଜାଣିବା ପରେ ଅଭିଭାବକ ସମ୍ପୃକ୍ତ ଯୁବକ କୈବଲ୍ୟ ଏବଂ ପୋଲିସ ଏଏସଆଇଙ୍କ ନାଁରେ ସୋହେଲା ଥାନାରେ ଏତଲା ଦିଆଯାଇଥିଲା । ମାମଲା ରୁଜୁ ହେବାପରେ ଆଜି ସୋହେଲା ପୋଲିସ କୈବଲ୍ୟ ନାଗକୁ ଗିରଫ କରିବା ସହ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ ଏଏସଆଇ ବନମାଲି କୁଅଁର ରୀତିମତ ଭାବରେ ଏପରି କାର୍ଯ୍ୟରେ ଜଡ଼ିତ ରହୁଥିଲେ । ହେଲେ ସେ ପୋଲିସ ହୋଇଥିବାରୁ ଭୟରେ କେହି ପାଟି ଖୋଳୁନଥିବା ଜଣାଇଛନ୍ତି । ଅଭିଯୁକ୍ତ ପୋଲିସ ଏଏସଆଇ ବନମାଲି କୁଅଁରଙ୍କ ପରିବାର ବରଗଡ଼ ଜିଲ୍ଲା ଭେଡେନରେ ଏକ ଭଡ଼ା ଘରେ ରହୁଥିବା ବେଳେ ବନମାଲି କୁଅଁର ସୋହେଲା ଥାନାର ଏକ କ୍ବାର୍ଟରରେ ରହୁଥିବା ସତ୍ତ୍ବେ କାହିଁକି ଅନ୍ୟ ଏକ ଘର ଭଡ଼ାରେ ନେଇଥିଲେ ?

କେଉଁ ଉଦ୍ଦେଶ୍ୟରେ ଆଉ ଏକ ଘର ଭଡ଼ାରେ ନେଇଥିଲେ ? ସେ କଣ କରୁଥିଲେ ଏହି ଭଡ଼ା ଘର ଭିତରେ ? ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ଏହି ଭଡ଼ା ଘରକୁ ବ୍ୟବହାର କରୁଥିଲେ କି ? ଏପରି ବହୁ ପ୍ରଶ୍ନ ପୋଲିସ ବାବୁଙ୍କ କାର୍ଯ୍ୟକଳାପ ଓ ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ନ୍ୟୁଜ

Conclusion:
Last Updated : Feb 11, 2019, 6:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.